ଯୋଗ କରନ୍ତୁ ନିରୋଗ ରୁହନ୍ତୁ


ବସ୍ତା,୨୧/୬ (ଜଗନ୍ନାଥ ଗୋଛାୟତ) ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ପାଉଁଶକୁଲି ହସ୍ପିଟାଲ ପରିସରରେ ଯୋଗଗୁରୁ ଦେବାଶିଷ ଜେନାଙ୍କ ତତ୍ତ୍ଵାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ଶିବିରରେ ବସ୍ତା ବ୍ଲକ ଯୋଗ ସମିତିର ସଭାପତି ଜ୍ୟୋତିର୍ମୟ ନନ୍ଦଙ୍କ ସଂଯୋଜନାରେ ଯୋଗଗୁରୁ ନୀରଜ ଗିରି, ରଞ୍ଜନ ରଣା, ବେଣୁଧର ରାଉତ, ନାରାୟଣ ଚନ୍ଦ୍ର ଦତ୍ତ, ଅଜିତ ଦାସ ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ସୁର, ବିବେକାନନ୍ଦ ପରିଡ଼ା, ଦୀନକୃଷ୍ଣ କାମିଳା ପ୍ରମୁଖ ଉପସ୍ଥିତ ଥିଲେ, ସେହିପରି ରଘୁନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଲି ଶିବମୁନି ଯୋଗ ଆଶ୍ରମ ରେ ବୟୋଜ୍ୟେଷ୍ଠ ମୁନିରାଜ ହରେକୃଷ୍ଣ ଦାସ ଫିତାକାଟି ଉଦଘାଟନ କରିଥିଲେ, ମୁନିରାଜ ବିମଳ ରାଉତ ଏବଂ ଯୋଗଗୁରୁ ନୀରଜ ଗିରି ଯୋଗଶିକ୍ଷା ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଅଶୋକ ଦାସଙ୍କ ବ୍ୟତୀତ ଶତାଧିକ ମହିଳା ମଧ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post