ଅଙ୍ଗନବାଡି ଛାତରୁ ଝରୁଛିପାଣି


ସିନ୍ଧେକେଲା : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଅଙ୍ଗନବାଡି ଛାତରୁ ପାଣି ଝରୁଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ସାମାନ୍ୟ ବର୍ଷାରେ ଏହି ଅବସ୍ଥା ଦେଖିବାକୁ ମିଳିଥାଏ । ପ୍ରକାଶ ଥାଉକି ଗତବର୍ଷ ମଧ୍ୟ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଆଗକୁ ସମ୍ପୂର୍ଣ୍ଣ ବର୍ଷା ଋତୁ ଥିବାରୁ କିଭଳି ଅବସ୍ଥାର ସମ୍ମୁଖୀନ ହେବେ ଛାତ୍ରଛାତ୍ରୀ ତାକୁ ନେଇ ଆଶଙ୍କା ସୃଷ୍ଟି ହେଉଛି । ପ୍ରଶାସନ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ କରି କୋମଳ ମତି ଛାତ୍ରଛାତ୍ରୀ କିପରି ପାଠ ପଢି ପାରିବ ସେ ବ୍ୟବସ୍ଥା କରିବାକୁ ବଡପରା ଗ୍ରାମବାସୀ ଦାବୀକରିଛନ୍ତି ।

Post a Comment

Previous Post Next Post