ଭବାନୀପାଟଣା ୨୬/୦୬(ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତେଲି ସରାବହାଲି ଗ୍ରାମରେ ଜଣେ ନବ ବିବାହିତା ବଧୂ ଙ୍କୁ ତାଙ୍କ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟା କରିଥିବା ନେଇ ଆଜି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତକ ଙ୍କ କାକା ଅଫେଶ୍ୱର୍ ସାହୁ। ପ୍ରାପ୍ତ ସୂଚନା ଅନୁସାରେ କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା(ଲକ୍ଷ୍ମୀପଡ଼ା) ଗ୍ରାମର ସ୍ବର୍ଗତ ଯୁଧିଷ୍ଟିର ସାହୁଙ୍କ ଝିଅ କେତକୀ ସାହୁକୁ ଗତ ୬ ମାସ ତଳେ ତେଲି ସରାବହାଲି ଗ୍ରାମର ଆନନ୍ଦ ସାହୁଙ୍କ ସହ ବୈଦିକ ରୀତି ନୀତିରେ ବିବାହ ଦେଇଥିଲେ। କିନ୍ତୁ ବିବାହର ମାସକ ପରେ ଶାଶୁ ଘର ଲୋକେ ସ୍ବାମୀ ଆନନ୍ଦ ସାହୁ, ଶ୍ଵଶୁର ରାଧେ ସାହୁ, ଶାଶୁ ରଏବାରି ସାହୁ,୨ ନଣନ୍ଦ ସୋନ୍ତୋଷିନି ସାହୁ, ଅଇଲା ସାହୁ ସମସ୍ତେ ଯୌତୁକ କୁ ନେଇ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଥିଲେ। ଏହାରି ଭିତରେ ୬ ମାସ ବିତି ଯାଇଥିବା ବେଳେ ବଧୂ କେତକୀ ୬ ମାସର ଅନ୍ତସତ୍ୱା ମଧ୍ୟ ହୋଇ ସାରିଥିଲେ। କିନ୍ତୁ ରବିବାର ସକାଳ ୮ ଟା ସମୟରେ ଆନନ୍ଦ ସାହୁ ଫୋନ ଯୋଗେ ଶାଶୁ ଘର ଲୋକଙ୍କୁ ତମ ଝିଅ ବେକରେ ରାଶି ଲଗେଇ ଆତ୍ମହତ୍ୟା କରିଛି କହି ଖବର ଦେଇଥିଲେ। ଖବର ପାଇ ପରିବାର ବର୍ଗ ସମସ୍ତ ଝିଅ କୁ ଦେଖିବାକୁ ଆସିଥିଲେ। କିନ୍ତୁ ସେହି ସମୟରେ ମୃତ ଶରୀରକୁ ପଲଙ୍କ ରେ ଶୁଆଇ ଦେଇଥିବା ଦେଖି ଝିଅ କୁ ଶାଶୁଘର ସମସ୍ତେ ମିଶି ବାଡେଇ ବାଡେଇ ମାରିଦେଇ ମିଥ୍ୟାରେ ବେକରେ ରାଶି ଲଗେଇ ଆତ୍ମହତ୍ୟା କରିଛି ବୋଲି କହି ବାହାନା କରିଥିବା କହିଛନ୍ତି। ଏଣୁ ଏହାର ଉପଯୁକ୍ତ ତଦନ୍ତ ନେଇ ମୃତ ନବ ବିବାହିତା ବଧୂ ଙ୍କ ପରିବାର ଲୋକେ ଦାବୀ କରିଥିବା ଜଣା ପଡ଼ିଛି। ଏନେଇ ଲିଖିତ ଅଭିଯୋଗ ପାଇବାପରେ ମ. ରାମପୁର ପୁଲିସ ଘଟଣା ତଦନ୍ତ କରୁଥିବା ଜଣା ଯାଇଛି।

Post a Comment