ରଥ ପଥ ଜଗନ୍ନାଥ


ରଥ ପଥ ଜଗନ୍ନାଥ
*******************
ଆହେ ପରଂବ୍ରହ୍ମ ପୁରୁଷୋତ୍ତମ
ତୁମେ କାଳିଆ ସାଆନ୍ତ
ତୁମେ ଅଟସୃଷ୍ଟି ତୁମେପୁଣି ସ୍ଥିତି
ଦେଖାଅ ମୁକ୍ତିର ପଥ ।।୧।।
ତୁମରି ଇଛାରେ ସୂର୍ଯ୍ୟଚନ୍ଦ୍ରତାରା
ଧରା ହୁଏ ଆତଯାତ
ତୁମେ କେନ୍ଦ୍ରବିନ୍ଦୁଆହେକୃପାସିନ୍ଧୁକ
ତୁମେ ତ ମହା ନାୟକ ।।୨।।

ଜଗତର ସ୍ରଷ୍ଟା ଜଗତ କରତା
ତୁମେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କୁସଙ୍ଗତରେଘେନି
କରୁଛ ଯାତରା ରଥ ।।୩।।

ପତିତପାବନ ବାନା ଉଡାଇଛ
ପତିତ ଉଦ୍ଧାର ପାଇଁ
ବଡ଼ଦାଣ୍ଡେ ତୁମେ ରଥରେ ବିଜେ
ଆହେ ଜଗତର ସାଇ ।।୪।।

ନନ୍ଦିଘୋଷେଵସିଆସୁଛମୋସୁନା
ତାଳଧ୍ଵଜେ ବଡ଼ଭାଇ
ଦର୍ପଦଳନ ରେ ସୁଭଦ୍ରା ଭଉଣୀ
ଭକ୍ତ ମନଚମକାଇ।।୫।।

କୋଟି ଜନମର ପାପହୁଏ ଷୟ
ରଥରେ ଦେଖି ତୁମକୁ
ପାପିତପି ଯୋଗୀ ସଵୁତରି ଯାନ୍ତି
ଲଭି ପରମ ଗତିକୁ ।।୬।।

ବିଶ୍ଵ ପ୍ରସିଦ୍ଧଏ ଗଣପର୍ଵ ପରା
ରଥଯାତ୍ରା ନାମେ ଖ୍ୟାତ
ଏସାରା ସଂସାର ତୁମରି ଭିଆଣ
ରଥ ପଥ ଜଗନ୍ନାଥ ।।୭।।

🙏🌹🙏🌹🙏🌹🙏
 କବିୟତ୍ରୀ କମଳ କାମିନୀ ଦେ
ପଥରପୁରା-ଜଳେଶ୍ଵର ବାଲେଶ୍ଵର

Post a Comment

Previous Post Next Post