ଜଳେଶ୍ବର ୧୯/୬ (ଜଗନ୍ନାଥ ଗୋଛାୟତ) ରାଇବାଣିଆ ଥାନା କବାଟଘାଟିରେ ଘଟିଥିବା ବାପ-ପୁଅ ହତ୍ୟା ଘଟଣା । ବଚସା ରୁ ହତ୍ୟା ନୁହେଁ ପୂର୍ବ ଯୋଜନା ମୁତାବକ ହୋଇଥିଲା ହତ୍ୟା । ଗିରଫ ହେଲେ ମୁଖ୍ୟଆସାମୀ ପ୍ରଫୁଲ୍ଲ ବିନ୍ଧାଣି ସହ ଅନ୍ୟ ତିନି ସହଯୋଗୀ ଅଭିଯୁକ୍ତ । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ୬୨/୨୩ ମୂଳେ ମାମଲା ରୁଜୁ |ଗତକାଲି ବିଳମ୍ବିତ ରାତିରେ ରାଇବଣିଆ ଆଇଆଇସି ଆର୍ତ୍ତତ୍ରାଣ ସେଠିଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏଏସଆଇ ସୁଶୀଲ କୁମାର ସାମଲ, ଗୋବିନ୍ଦ ଟୁଡୁ କନେଷ୍ଟବଳ ସଂଜୀବ କୁମାର ବିଶ୍ୱାଳ, ଦେବେନ୍ଦ୍ର ସେଠି, ରମେଶ ଚନ୍ଦ୍ର ଜେନା, ସବିତା ଗାଣ,ସୁଜାତା ଦାସ ଏକ ସାତ ଜଣିଆ ଟିମ ଆସାମୀ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିନ୍ଧାଣିଙ୍କୁ ବଡ଼ହଳଦୀଗୁଣ୍ଡି ଜଙ୍ଗଲରୁ ଗିରଫ କରିଛି ପୋଲିସ । ଅନ୍ୟ ସହଯୋଗୀ ହେଉଛନ୍ତି ପ୍ରଫୁଲ୍ଲ ବିନ୍ଧାଣିର ସ୍ତ୍ରୀ ଦେବୀ ବିନ୍ଧାଣି ସେ ମଧ୍ୟ ସ୍ୱାମୀ ସହିତ ବଡହଳଦିଗୁଣ୍ଡି ଜଙ୍ଗଲରୁ ଗିରଫ |ବାପା ଜଗନ୍ନାଥ ବିନ୍ଧାଣି ଓ ଭିଣେଇ କାଳି ଚରଣ ବିନ୍ଧାଣିଙ୍କୁ ଲୁହାପଡା ଜଙ୍ଗଲ ପାଖରୁଗିରଫ । ହତ୍ୟାରେ ବ୍ୟବହାର ହୋଇଥିବା ଲୁହାକତା ,ଲୁହା ରଡ଼, ଲାଠି ଜବତ କରିଛି ପୋଲିସ ।
ବାପ ପୁଅ ହତ୍ୟା ଅଭିଯୁକ୍ତ ଗିରଫ
ଆଜତକ ଓଡ଼ିଶା
0
Post a Comment