ବାଲିଛଡ଼ା ବନ୍ୟା ଆଶ୍ରୟ ସ୍ଥଳୀ କେନ୍ଦ୍ର ଠାରେ ବିପର୍ଯ୍ୟୟ ପରିଚାଳନା କୁ ନେଇ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ


କଲମପୁର ୧୯/୬ (ଶରତ ଚନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବାଲିଛଡ଼ା ବହୁ ମୁଖି ବନ୍ୟା ଆଶ୍ରୟ ସ୍ଥଳୀ କେନ୍ଦ୍ର ଠାରେ ବନ୍ୟା ଅଶ୍ରାୟୀ ସ୍ତରୀୟ ସାମୁହିକ ଅଭ୍ୟାସ (ମକ ଡ୍ରିଲ) କାର୍ଯ୍ୟକ୍ରମ ବନ୍ୟା ପ୍ରଭାବିତ ଗ୍ରାମ ଲୋକ ମାନଙ୍କୁ ନେଇ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବନ୍ୟାସମୟ ରେ ଲୋକମାନେ କିପରି ନିଜ ଜୀବନ କୁ ସୁରକ୍ଷିତ ରଖି ପାରିବେ ଏବଂ ସେହି ସମୟ ରେ ଧର୍ଯ୍ୟହରା ନହୋଇ ନିଜକୁ କିପରି ପ୍ରସ୍ତୁତ କରିବେ, ପ୍ରଶାସନ ର କିପରି ଜରୁରୀ ସହାୟତା ପାଇ ପାରିବେ ସେନେଇ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ବନ୍ୟା ସମୟ ରେ କିପରି ଲୋକଙ୍କୁ ଲାଇଫ ସେଫଟି ଜ୍ୟାକେଟ ର ବ୍ୟବହାର, ରିଙ୍ଗ ଟ୍ୟୁବ ର ବ୍ୟବହାର, ଏବଂ ବଡ଼ ବଡ଼ ଛାତ ଘର ଉପରୁ ଲୋକଙ୍କୁ କିପରି ଉଦ୍ଧାର କରାଯାଏ ତାହା ମଧ୍ୟ ଲୋକମାନଙ୍କୁ ଡେମୋ ମାଧ୍ୟମରେ ଅଗ୍ନିଶମ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଜରୁରୀ କାଳୀନ ସମୟ ରେ ସରକାର ହେଲ୍ପ ଲାଇନ ନମ୍ବର, ସ୍ଥନୀୟ ଅଗ୍ନିଶମ ବିଭାଗ ର ନମ୍ବର କୁ ପାଖରେ ରଖିବା ପାଇଁ ଲୋକଙ୍କୁ କୁହାଯାଇଥିଲା । ବିଡ଼ିଓ ବିଜୟ କୁମାର ମାଡ଼ାଙ୍ଗି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯୟ ପରିଚାଳନା ମକ ଡ୍ରିଲ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ ୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ତହସିଲଦାର ରୁଦ୍ର ମୋହନ ନାୟକ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ଜିଲ୍ଲା ପରିଷଦ ସଭ୍ୟ ନିବେଦିତା ହଂସ ଓ ଦୁହିତା ମାଝୀ,GPEO କରୁଣା କର ବାଗ, ଡାକ୍ତର ରେଣୁକା ହେମ୍ବ୍ରମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରି ସୁଶାନ୍ତ କୁମାର ଖମାରୀ, ଦେପୁର ସରପଞ୍ଚ ଟୁଙ୍କିଲ ପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ଅଗ୍ନିଶମ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବାଲିଛଡା ଗ୍ରାମର ଜନସାଧାରଣ, ଆଶା, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।

Post a Comment

Previous Post Next Post