କଣ୍ଟାମାଳ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ତିନି ଦଫା ଦାବି ନେଇ ହରଭଙ୍ଗା ବ୍ଲକର ଆଡେଣୀଗଡ ପଂଚାୟତ ଏଵଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସଙ୍ଗଠନର ଜିଲ୍ଲା ସଭାପତି ରୋହିତ କହଁର ଏଵଂ ପରିଷଦର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ବରେ ରଙ୍ଗମାଟିଆ ଢ଼ାବା ନିକଟରୁ ତିନିଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ହାତରେ ପତାକା ଏବଂ ପ୍ଲା କାର୍ଡ ଧରି ବିରାଟ ଶୋଭାଯାତ୍ରାରେ ଯାଇ ନିଜର ହକ୍ ତଥା ସାମ୍ବିଧାନିକ ଅଧିକାର ସକାଶେ ଆଡେଣୀଗଡ ପଂଚାୟତ ଏଵଂ ରାଜସ୍ୱ ନିରୀକ୍ଷକ ଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ସହିତ ପ୍ରାୟ ତିନି ଘଣ୍ଟା କାଳ ଘେରାଉ କରିଥିଲେ । ସଙ୍ଗଠନ ପକ୍ଷରୁ ଗତ ବର୍ଷ ହରଭଙ୍ଗା ତହସିଲରେ ଆବେଦନ କରିଥିବା ପ୍ରାୟ ତିନି ହଜାର ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ , ଆଡେଣୀଗଡ ପଂଚାୟତ ର ୨୬୪ ଜଣ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ଙ୍କ ମଧ୍ୟରୁ ପ୍ରାୟ ୧୬୦ ଜଣଙ୍କୁ ପଞ୍ଚାୟତ କର୍ତୃପକ୍ଷ ଜାଲିଆତି ଏବଂ ଚଂଚଳତା କରି ସାମିଲ୍ କରିଥିବା ଧନୀ ତଥା ମୁଷ୍ଟିମେୟ ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେବା ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ହଟେଇବା ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବା ସହିତ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଦୃଢ଼ ଚେତାବନୀ ଦେଇଥିଲେ । ଆସନ୍ତା ଜୁଲାଇ ମାସ ପନ୍ଦର ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ଡିହ ହୀନ ଙ୍କୁ ଘରବାରୀ ପଟ୍ଟା ଏଵଂ ଆଡେଣୀଗଡ ପଂଚାୟତ ର ଧନୀ ତଥା ମୁଷ୍ଟିମେୟ ଅଯୋଗ୍ୟ ଲୋକଙ୍କୁ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ତାଲିକାରୁ ବାଦ୍ ଦେଇ ସମସ୍ତ ଗରିବ , ଖଟିଖିଆ , ଅସହାୟ , ବିଧବା ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗଠନକୁ ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା କୃଷକ ନେତା ବିଶିକେଶନ ପ୍ରଧାନ , କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା , କନ୍ଧମାଳ ଜିଲ୍ଲାର ଯୁବ ସମାଜସେବୀ ବିପ୍ରବର ସ୍ୱାଇଁ , ସଂଗଠନର ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ , ଜିଲ୍ଲା ଉପ ସଭାପତି ଦଶରଥ ବେହେରା , ବସନ୍ତ କୁମାର ଖୁରା , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ଯୁଗ୍ମ ସମ୍ପାଦିକା ସେବତୀ ବେହେରା ଯୋଗଦେଇ ଅସଲି ଅନୁସୂଚୀତ ଜାତିଙ୍କ ପ୍ରତି ସରକାରଙ୍କ ଅଣଦେଖା , ପାତରଅନ୍ତର ଏଵଂ ବୈମାତୃକ ମନୋଭାବ ନୀତି ବିରୁଦ୍ଧରେ ଦୃଢ଼ ନିନ୍ଦା କରିବା ସହିତ କଟୁ ସମାଲୋଚନା କରିଥଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପୁରୁଷୋତ୍ତମ ବାଘ , ବରିଷ୍ଠ ସମାଜସେବୀ ତଥା ପୂର୍ବତନ ସଂକୁଲୋଇ ପଂଚାୟତ ର ସରପଞ୍ଚ ସନ୍ତୋଷ ବେହେରା , ଆଡେଣୀଗଡ ପଂଚାୟତ ର ଉପ ସଭାପତି ସୋନିଆ ବେହେରା , ସମ୍ପାଦକ ଅଭୟ ବେହେରା , ସହକାରୀ ସଂପାଦକ ମୃତ୍ୟୁଞ୍ଜୟ ବେହେରା , କୋଷାଧ୍ୟକ୍ଷ ଚକ୍ରଧର ଦୀପ , ସଙ୍ଗଠନ ସମ୍ପାଦକ ସଚିନ୍ଦ୍ର ବେହେରା , ବ୍ଲକ ସଂଯୋଜକ କବିରାଜ ବେହେରା , ବାଣୀ ଭୂଷଣ ପୁର ପଂଚାୟତ ର ସଂପାଦକ ଭାଗ୍ୟଧର ବେହେରା , ମହାଲିକପଡ଼ା ପାଞ୍ଚାୟତ ର ସଭାପତି ଚକାନୟନ ବେହେରା , ଉପ ସଭାପତି ରବୀନ୍ଦ୍ର ବେହେରା , ସମ୍ପାଦକ ବାମଦେବ ବେହେରା , କୁଶଙ୍ଗ ପଞ୍ଚାୟତର ଉପ ସଭାପତି ବାସୁଦେବ ନାଏକ ବରିଷ୍ଠ ସମାଜସେବୀ ପ୍ରଶାନ୍ତ କହଁର , ଶ୍ରୀଧର ଦୀପ , ସନ୍ତୋଷ ବେହେରା , ପ୍ରହଲ୍ଲାଦ ଦୀପ , ବାଳକୃଷ୍ଣ ବେହେରା, ତୀର୍ଥ ବେହେରା , ପାରେଶ୍ୱର ବେହେରା , ସୁଶାନ୍ତ ବେହେରା , ଜଗବନ୍ଧୁ ନାଏକ , ଗଣେଶ ବେହେରା, ବିହାରୀ ବେହେରା, ଚିତ୍ତ ରଞ୍ଜନ ଦୀପ, ବିକ୍ରମ ବେହେରା , ଉତ୍ତମ ନାଏକ , କୃଷ୍ଣଚନ୍ଦ୍ର କହଁର, ସନ୍ତୋଷ ବେହେରା , ଧରଣୀ ବେହେରା, ସୁମିତ୍ରା କହଁର , ସତ୍ୟନାରାୟଣ ଦୀପ , ସୁଧୀର ବେହେରା, ପ୍ରଶାନ୍ତ ବେହେରା , ପ୍ରକାଶ ବେହେରା , ଶରତ ବେହେରା , ହରେକୃଷ୍ଣ ବେହେରା , ସୁବଳ ବେହେରା , ବିଦ୍ୟାଧର ବେହେରା ପ୍ରମୁଖ ଯୋଗଦେଇ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Post a Comment