ପାଟଣାଗଡ଼ ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର


ପାଟଣାଗଡ (ଗଣେଷ ଦାସ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବଥଲ୍ଲା ପଞ୍ଚାୟତ ଅନ୍ତର୍ଗତ ବିଲେଇସାଥି ଗାଁ ନିକଟରେ ଥିବା ଏକ ବ୍ରିଜ ତଲୁ ବିପ୍ପୋରକ ସାମଗ୍ରି ସଂସ୍ପର୍ଶ ରେ ଆସି ଜଣେ ଜୁବକ ଗୁରୁତର ହୋଇଛନ୍ତି । ଗୁରୁତର ଜୁବକ ଜଣକ ହେଲେ ବିଲେଇସାଥି ଗାଁର ହେମସାଗର ସାହୁ (୩୫) ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ହେମସାଗର ଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ହସ୍ତାନ୍ତର କରାଜାଇଛି । ସୁଚନା ଅନୁସାରେ ଆଜି ଅପରାହ୍ନ ୪ ଟା ସମୟରେ ବିଲାଇସାଥି ଗାଁର ହେମସାଗର ସୈ ।ଚପାଇ ବିଲାଇସାଥି ଗାଁ ମୁଣ୍ଡରେ ଥିବା ବ୍ରିଜ ତଲକୁ ଜାଇଥିଲେ । ସୈ।ଚସାରି ରାସ୍ତା ଉପରକୁ ଉଠିବା ସମୟରେ ନଦୀ ତଳେ ଥିବା ପାଣିର ଅନତି ଦୂରରେ ଏକ ପ୍ଳାସଟିକ ପୋଲିଥିନ ଭିତରେ କିଛି ଗୋଲାକାର ଆକୃତିର ବସ୍ତୁଥିବା ଦେଖିବାକୁ ପାଇଥିଲେ । ବ୍ରିଜ ତଲେ ପଡିଥିବା ଏକ ଅମ୍ବରି ବାଡିର ସହାୟତାରେ ଉକ୍ତ ପୋଲିଥିନ ଟିକୁ ଏପଟସେପଟ କରିବା ସମୟରେ ହଟାତ ବିପ୍ପୋରଣ ହୋଇଥିଲା । ନଦିଖଣ୍ଡି ଉପରେ ଛେଲି ଚଳାଉଥିବା ସୁନିଳ ସାହୁ ନାମକ ଜଣେ ଜୁବକ ବିପ୍ପୋରଣ ଶବ୍ଦ ସୁଣିପାରି ଘଟଣାସ୍ଥଳକୁ ପହଞ୍ଚିଥିଲେ । ହେମସାଗର ଙ୍କ ମୁହଁ ଓ ଦୁଇ ଗୋଡରେ ଗଭିର କ୍ଷତ ହେବାସହ ସେ ଛଟପଟ ହେଉଥିଲେ । ପରିବାରବର୍ଗଙ୍କୁ ଖବରଦେଲାପରେ। ଏକ ବାଇକ ଜୋଗେ କିଛି ସ୍ଵେଛାସେବୀ ବାଇକ୍ ଯୋଗେ ହେମସାଗର କୁ ଘଟଣା ସ୍ଥଳରୁ ପାଟଣଗଡ ଡ଼ାକ୍ତର ଖାନାକୁ ଆଣିଥିଲେ । ଖବରପାଇ ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ତହସିଲଦାରଲକ୍ଷ୍ମଣ ମାଝି ,ସହକାରୀ ଜିଲ୍ଲାପାଳ ପଦ୍ମନାଭ ମହାରଣା ଡାକ୍ତରଖାନାକୁ ପହଂଚିଥିଲେ । ଅଳ୍ପସମୟ ବ୍ୟବଧାନପରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଥିଲେ । ଉଚ୍ଚସ୍ତର ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠିରୁ ନଗଦ ରାଶି ୨୫୦୦୦ ହଜାର ଓ ପାଟଣାଗଡ ବିଧାୟକ ନିଜେ ୧୦୦୦ ହଜାର ଟଙ୍କା ତାଙ୍କ ପନ୍ତ୍ରି ଙ୍କୁ ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Post a Comment

Previous Post Next Post