ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ


କଲମପୁର: ୦୮/୦୬(ଶରତ ଚନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବ୍ରାହ୍ମଣ କେନ୍ଦୁଗୁଡା ଠାରେ ଭାରତ ସରକାର ଙ୍କ ସୁଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଭବାନୀପାଟଣା କେନ୍ଦ୍ରୀୟ ବୌରୋ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। କ୍ଷେତ୍ର ଅଧିକାରୀ ବିଷ୍ଣୁ ଚରଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି, ପରିବେଶ ବିତ୍ ତ୍ରିଭୁବନ ପଣ୍ଡା, ଥିଆମୁଲ ରାମପୁର ବନାଞ୍ଚଳ ଅଧିକାରୀ ଜୟଦେବ ମାଝୀ,କଲମପୁର ବାନପାଳ ସିମା ଧଙ୍ଗଡାମାଝି ,କଲମପୁର ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ପ୍ରତିମା ଦାସ, ଜିଲ୍ଲା ଜଳ ଓ ପରିମଳ ପରାମର୍ଶ ଦାତା ଅନାମିକା ପ୍ରଧାନ, ହାରାମାଲ ସରପଞ୍ଚ ଶୁଶିଳା ଦୁର୍ଗା, ହାରାମାଲ ସମିତି ସଭ୍ୟା କରୁଣା ବାଗ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ଦ୍ଵାରା ଏକ ପରିବେଶ ସଚେତନତା ଶୋଭାଯାତ୍ରା କରାଯାଇ ବନ ବିଭାଗ ଦ୍ବାରା ବୃକ୍ଷ ରୋପଣ କରାଥିଲା। "ପରିବେଶ ଅନୁକୂଳ" ବିଷୟ ବସ୍ତୁ ଉପରେ କୁଇଜ ପ୍ରତିଯୋଗିତା କରାଯାଇ ୧୦ ଜଣ କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଏହାସହ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା।ଏହି କାର୍ଯ୍ୟକ୍ରମ କୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ଓ ନେତାଜୀ ଯୁବ ସଂଗଠନ ର ସମ୍ପାଦକ ସଞ୍ଜୀବ କୁମାର ଠାକୁର ସଂଯୋଜନା କରିଥିଲେ। ରାମନାଥ ଶବର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଓଡିଶା ଜୀବିକା ମିଶନ,ମିଶନ ଶକ୍ତି ଓ ବନ ବିଭାଗ କର୍ମଚାରୀ ସହଯୋଗ କରିଥିଲେ।

Post a Comment

Previous Post Next Post