ଧର୍ମଗଡ ଶ୍ୟାମ ସୁନ୍ଦର ପଡିଆରେ ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ


ଭବାନୀପାଟଣା ୧୨/୦୬ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବସ୍ତିପଡା ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଫାଇନାଲରେ ଜୁନିୟର ଇଲେଭେନ ଭର୍ସସେସ ସିନିୟର ଇଲେଭେନ ର କଡା ଟକର ହୋଇଥିଲା । ବିଜୟ  ର ମୁକୁଟ ପିନ୍ଧିଲେ ଜୁନିୟର ଇଲେଭେନ ଧର୍ମଗଡ ବସ୍ତିପଡା ଶ୍ୟାମ ସୁନ୍ଦର ପଡ଼ିଆରେ ଅନୁଷ୍ଠିତ ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜୁନିୟର ଇଲେଭେନ ଦଳ ଚମ୍ପିୟାନ ହୋଇ ଥିବା ବେଳେ ସିନିୟର ଇଲେଭେନ ଦଳ ରନର୍ସଅପ ହୋଇ ପୁରସ୍କୃତ ହୋଇ ଥିବା ଜଣାଯାଇଛି । ଫାଇନାଲ ମ୍ୟାଚ ରେ  ଜୁନିୟର ଇଲେଭେନ ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଓ ୧୦ ଓଭରରେ ପାଞ୍ଚ ଉଇକେଟ ହରାଇ ସମୁଦାୟ ୧୨୨ ରନ ସଂଗ୍ରହ କରିଥିବା ବେଳେ ଲକ୍ଷ୍ୟ ର ପିଛା କରି ସିନିୟର ଇଲେଭେନ ଦଳ ୧୦ ଓଭରରେ ପାଞ୍ଚ ଉଇକେଟ ହରାଇ ମାତ୍ର ୧୨୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଯାହା ଫଳରେ ସେମାନେ ପରାଜିତ ହୋଇଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳର ୱାଡ଼ ନଂ ୬ ର କାଉନସିଲର ମୁନୀ ରାମ ମାଝୀ ,ଯୁବ ସମାଜ ସେବୀ ଧବଳେଶ୍ବର ନାଏକ, ଉପେନ୍ଦ୍ର ଭୋଇ, ପ୍ରବୀଣ ନାଏକ, ଦୁଷ୍ମନ୍ତ ନାଏକ, ଟିକେ ମଣି ସା,ଭବେଶନାଏକ, ଯୁବ ସାମ୍ବାଦିକ ତଥା ଯୁବ ସମାଜ ସେବୀ ସୌମ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହି ଥିଲେ । ବିଜେତା ଦଳ କୁ ପୁରସ୍କୃତ କରିଥିଲେ,ଆକାଶ ନାଏକ ଙ୍କୁ ବେଷ୍ଟ କେଚର ଭାବେ ପୁରସ୍କୃତ କରିଥିଲେ । ୩ ଉଇକେଟ ନେଇ ୧୨ ରନ ଦେଇ ଥିବା ହେତୁ ସଚିନ ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରିଥିଲେ । ସେହିପରି ଭାଗ୍ୟବାନ ନାଏକଙ୍କୁ ମ୍ୟାନ ଅଫ ଦି ସିରିଜ ରେ ସମ୍ମାନିତ କରାଯାଇଥିଲା । ଏକ ନିଆରା ପୁରସ୍କାର ପ୍ରଦାନ କରାଯାଇଥିଲା ଆଉ ସେଇ ପୁରସ୍କାର ହେଲା ବେଷ୍ଟ ସିନିୟର କ୍ରିକେଟର ଟ୍ରଫି ଏହି ଟ୍ରଫି ଜୁନିୟର ଇଲେଭେନ  ଦଳ ର ସମସ୍ତ କ୍ରିକେଟ ର ମାନେ ଗୁରୁ ଶିଷ୍ୟ ର ପରମ୍ପରା କୁ ମନେ ପକାଇ ତାଙ୍କ ଦ୍ୱାରା ପରାଜିତ ହୋଇ ଥିବା  ସିନିୟର ଇଲେଭେନ ଦଳ ର କ୍ୟାପଟେନ ଚିତ୍ରସେନ ସା  ଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସୌମ୍ୟ ରଞ୍ଜନ ନାଏକ ଓଡ଼ିଆ ଭାଷା ରେ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ବାବୁଲା ବାରିକ ହିନ୍ଦୀ ଭାଷା ରେ ଧାରା ବିବରଣୀ ପ୍ରଦାନ କରିଥିଲେ । ରତନ ନାଏକ ଓ ବିଶି ମଶ୍ର ଦୁଇ ଅମ୍ପିୟାର ଖେଳ ଟିକୁ ପରିଚାଳନା କରିଥିଲେ,ହିମାଂଶୁ ନାଏକ ଓ ଶେଷ ଦେବ ନାଏକ ବିଶେଷ ସାହାଯ୍ୟ ସହଯୋଗ କରିଥିଲେ।

Post a Comment

Previous Post Next Post