ଭବାନୀପାଟଣା ୧୨/୦୬ (ଶ୍ୟାମସୁନ୍ଦର ମାଝୀ) ଏକ ପାହାଡ ଘେରା ଅନୁନ୍ନତ ଅଞ୍ଚଳ କୁ,ଚାରି ଆଡେ଼ ନିଘଞ୍ଚ ପାହାଡ଼ ସେହି ପାହାଡ଼ ମଝିରେ ଏକ ଗାଁ ଟିଏ ରହିଛି । ବହୁଳ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ବାସସ୍ଥାନ, ସେହି ଗାଁର ସଦୃଶ୍ୟ ଆପଣ ଦେଖିଲେ ହିଁ ବିଶ୍ୱାସ କରିପାରିବେ, ଗ୍ରୀଷ୍ମ ଋତୁର ପ୍ରଭାବ ରେ କି ଭଳି ହନ୍ତସନ୍ତ ହେଉଛନ୍ତି । ପାଣି ସମସ୍ୟା ପାଇଁ ସେମାନେ ଅନେକ ଲୋକଙ୍କୁ ଜଣାଇଥିଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ଅଧିନରେ ଥିବା କଙ୍କରାଖୋଳ ଗାଁ ଏକ ପାହାଡ ଘେରା ଅନୁନ୍ନତ ଅଞ୍ଚଳ, ସେହି ଗାରେ ଗ୍ରୀଷ୍ମ ପ୍ରବାହ ରେ କିଭଳି ଲୋକେ ହନ୍ତସନ୍ତ ହେଉଛନ୍ତି । ସେହି କଙ୍କରାଖୋଳ ଗାଁ ରେ, ନଳକୂପ ଅଛି ହେଲେ ପାଣି ନାହିଁ ପୋଖରୀ ଅଛି ହେଲେ ପାଣି ନାହିଁ,ନାଳ ନର୍ଦ୍ଦମା ଫାଟି ଆଁ କରିଛି, ଗାଈଗୋରୁ ହନ୍ତସନ୍ତ ହୋଇପଡୁଛନ୍ତି । ପୂର୍ବଜ ଙ୍କ ହାତରେ ଖନନ ହୋଇଥିବା ଏକ ବାଳି କୂଅ ଅଛି । ସେହି କଙ୍କରାଖୋଳ ଗାଁ ଲୋକଙ୍କ ର ସାହାଭରସା,କାଦୁଅ ମିଶା ଗୋଳିଆ ପାଣି କୁ ପିଇବା ପାଣି ରୂପେ ବ୍ୟବହାର କରୁଛନ୍ତି । ସେହି କୂଅର ପାଣି କିଭଳି ଦେଖାଯାଉଛି । ଗ୍ରାମବାସି କହୁଛନ୍ତି l ବ୍ୟବହାର କରିବା ଯୋଗୁଁ ଆମକୁ ବିଭିନ୍ନ ରୋଗ ଆକ୍ରମଣ କରୁଛି । ଏହି ବିଷମ ସଙ୍କଟରୁ ଉଦ୍ଧାର କରିବା ପାଇଁ ଆମେ ପଞ୍ଚାୟତ ପ୍ରଶାସନ ବ୍ଳକ ପ୍ରଶାସନକୁ ନିବେଦନ କରୁଛୁ । ଆମକୁ ମାଳମାଳ ପ୍ରତିଶ୍ରୁତି ଆବଶ୍ୟକ ନାହିଁ,ଆମକୁ ଜଳ ଯୋଗାଇଦିଅ । ଏଭଳି କୋହଭରା କଣ୍ଠରେ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି । ଏହି ଗାଁ କୁ ନଳକୂପ ର ବ୍ୟବସ୍ଥା ଶୀଘ୍ର କରାଯାଉ ବୋଲି ଗ୍ରାମବାସି ନିବେଦନ କରିଛନ୍ତି ।

Post a Comment