ରାଇବଣିଆରେ ମର୍ମନ୍ତୁକ ହତ୍ୟାକାଣ୍ଡ : ବାପ ଓ ପୁଅ ମୃତ୍ୟୁ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରୁତର


ଜଳେଶ୍ୱର ୧୫/୬(ଜଗନ୍ନାଥ ଗୋଛାୟତ) ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା କବାଟଘାଟି ଗ୍ରାମରେ ପହିଲି ରଜରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ସାନଭାଇ ଓ ପୁଅ ଆକ୍ରମଣରେ ବଡ଼ଭାଇ ଓ ପୁତୁରା ମୃତ। ରାଇବଣିଆ ପୋଲିସର ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ ସର୍ଦାରବନ୍ଧ ପଞ୍ଚାୟତର ବଡଟିକାୟତପୁର ଗ୍ରାମର ହାରୁ ବିନ୍ଧାଣୀ ସପରିବାର ସହ ରାଇବଣିଆ ପଞ୍ଚାୟତର କବାଟଘାଟି ଗ୍ରାମରେ ଥିବା ନିଜର ସାନଭାଇ ଘରକୁ ରଜ ଉପଲକ୍ଷେ ବୁଲି ଆସିଥିଲେ। ତେବେ ଗତକାଲି ରାତି ୧୧ଟା ସମୟରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ବାକବିତଣ୍ଡା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ଜଗନ୍ନାଥ ବିନ୍ଧାଣୀ ଏବଂ ତାଙ୍କର ପୁଅ ପ୍ରଫୁଲ୍ଲ ବିନ୍ଧାଣୀ ବଡ଼ଭାଇ ହାରୁ ବିନ୍ଧାଣୀ (୬୨) ଏବଂ ପୁତୁରା କିଷ୍ଣ ବିନ୍ଧାଣୀ (୩୨) ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଜୀବନ ବିକଳରେ ସେଠାରୁ ପଳାଇଯାଇଥିଲେ। ତେବେ ଘଟଣାକୁ ଜଣେ ପ୍ରତ୍ୟକ୍ଷଦର୍ଶୀ ହାସୁ ସିଂ ଦେଖିଥିବା ବେଳେ ଉତ୍ୟକ୍ତ ବାପ ପୁଅ ତାଙ୍କୁ ଛାଡିନଥିଲେ। ହାସୁ ସିଂ ଗୁରୁତର ଅବସ୍ଥାରେ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ରାଇବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Post a Comment

Previous Post Next Post