ବ୍ଲକ ସ୍ତରୀୟ ଲୋକ କଳା ଦିବସ ଅନୁଷ୍ଠିତ


ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଲୋକ କଳା ଦିବସ ପାଳନରେ ବୋଡ଼େନ ବ୍ଲକର ବିଡିଓ ପ୍ରିୟରଞ୍ଜନ କୁମାର ସଭାପତିତ୍ବ କରିଥିବା ବେଳେ ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ ରାଜ୍ୟ ସଭାପତି ତ୍ରିମନ ମାଝୀ ମୁଖ୍ୟ ବକ୍ତା,ଗ୍ରାମ ପଞ୍ଚାୟତ ସମ୍ପ୍ରସାଧାରଣ ଅଧିକାରୀ ପ୍ରଫୁଲ୍ଲ ନାୟକ ଓ ଉପସଭାପତି ଉପେନ୍ଦ୍ର ସଲମା ମଞ୍ଚାଷିନ ଥିଲେ । ବିଡିଓ କେବଳ ଯେ ଅଫିସ କାମ କରନ୍ତି ତାହା ନୁହେଁ ,ବରଂ ସେ ସମଗ୍ର ବିକାଶ ଚିନ୍ତା ରଖି ଅହରହ ଗୋଷ୍ଠୀର ବିକାଶ ପାଇଁ ପାଦ ବଢାନ୍ତି ।ଗୋଷ୍ଠୀର ବିକାଶରେ ସାମଗ୍ରିକ ବିକାଶ ଥିବା ସେ ଅନୁଭବ କରିଥିବା କଥା ନିଜ ଭାଷଣରେ କହିଥିଲେ । ମଣିଷର ଦୁଃଖକୁ ଦୂର କରେ ଲୋକକଳା ,ନୃତ୍ୟ ଆଉ ସଙ୍ଗୀତ ।ଆମରି ଭିତରେ ଲୁକ୍କାୟିତ ହୋଇ ରହି ଯାଉଥିବା ପାରମ୍ପରିକ କଳା ଗୁଡ଼ିକ କେମିତି ଲୋକ ଲୋଚନକୁ ଆସିବ, ତା ପାଇଁ ଏହି ପ୍ରୟାସ ଆବଶ୍ୟକ ଅଟେ ।ଆଜି ମହାଦେବ ମାଝୀ ଓ ତାଙ୍କ ଦଳ ସହ ଘୁମୁରା,ନିତ୍ୟାନନ୍ଦ ମାଲିଙ୍କ ସହ ଛୋଟ ଛୋଟ ଝିଅ ମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ,ମହା ନାଏକ ମାଝୀଙ୍କ ସମ୍ପ୍ରଦା,ସୁକ୍ରୁ ସାଗର ଓ ଧବଳେଶ୍ଵର ସାଗରଙ୍କ ସଂଚାର ତଥା ବିନୋଦ ଛତ୍ରିଆ ଓ ତାଙ୍କ ସହଯୋଗୀଙ୍କ ପାଲା ପ୍ରଦର୍ଶନ ଅତି ଆନନ୍ଦ ଦାୟକ ଏବଂ ମନ ମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା ।ସମସ୍ତ କଳାକାର ବିଡ଼ିଓଙ୍କ କାର୍ଯ୍ୟକଳାପ ପାଇଁ ଏତେ ଖୁସି ଯେ ବିଡିଓଙ୍କୁ ପୁନର୍ବାର ଅନୁରୋଧ ଭିକ୍ଷା କରିଥିଲେ କି ଏହି କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ବ୍ଲକର ସମସ୍ତ କଳାକାର ନିଜ ନିଜ କଳା ପ୍ରଦର୍ଶନ କରିବା ସହିତ କଳା ବଞ୍ଚିରହିବ ।

Post a Comment

Previous Post Next Post