ବିଶ୍ଵ ରକ୍ତଦାତା ଦିବସ ପାଳନ : ୩୦ ଟି ଅନୁଷ୍ଠାନ ଏବଂ ୧୨ ଜଣ ରକ୍ତଦାତାଙ୍କୁ ସମ୍ମାନିତ


କଣ୍ଟାବାଞ୍ଜି :(ଆଜତକ୍ ଓଡ଼ିଶା)  କଣ୍ଟାବାଞ୍ଜି ଡାକ୍ତର ଖାନା ପରିସରରେ ଥିବ ରକ୍ତ ଭଣ୍ଡାର  ପ୍ରାଙ୍ଗଣରେ ବିଶ୍ଵ ରକ୍ତଦାତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେ.ସି । ମହନ୍ତ  , ସମ୍ମାନୀୟ ଅତିଥି ଭାବେ ବ୍ଲଡ ବ୍ୟାଙ୍କ ପରିଚାଳନା କମିଟି ସଭାପତି କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା , ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ଏମ ଶ୍ରଦ୍ଧାଞ୍ଜଳି , ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ ପ୍ରମୁଖ ମଞ୍ଚାସୀନ ଥିଲେ । ରକ୍ତଦେବା ଏବଂ ନେବା ଲୋକଙ୍କ କଣ ଲାଭ ହେବ ସେ ଉପରେ ମୁଖ୍ୟ ଅତିଥି  ଉପସ୍ଥିତ ରକ୍ତଦାତା , ବିଭିନ୍ନ ସଂଗଠନର କର୍ମକର୍ତାକୁ ସଚେତନ କରିଥିଲେ । ଗତ ୨୦୨୦ ରୁ ୨୦୨୧ ଏକ ବର୍ଷ ଭିତରେ ରକ୍ତଦାନ ଶିବିର କରିଥିବା ବେହେରେନସିଲେଟ ଅମ୍ବଦେକକର ଯୁବକ ସଂଘ , ବୀର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ , ହମାରେ ପଡୋଶୀ ରୋଡ ନମ୍ବର ୩ , ଯୁବା ମଞ୍ଚ ବିକାଶ ଶାଖା , ମାଁ ଧୋପ ଘାଟେନ ଯୁବକ ସଂଘ କୁର୍ଲି , କରଣ ସମାଜ, ଅଲ ଇଣ୍ଡିଆ ମୋବାଇଲ ରିଟେଲର ସଂଘ , ଜୀବନ ବିନ୍ଦୁ ରୁ ଫିରୋଜ ଖାନ , ତେରାପନ୍ଥ ଯୁବକ ସଂଘ , ଆରପିଏଫ , ଜୀବନ ବିନ୍ଦୁ ରୁ ଅଜୟ ଦାସ , ଏଚ.ଡି.ଏଫ.ସି. ବ୍ୟାଙ୍କ , କେଭି ଡିଗ୍ରୀ କଲେଜ , ୱେବ ମିଡିଆ ରିପୋର୍ଟର ସଂଘ , ବ୍ରାହ୍ମଣ ସମାଜ , ଯୁବ ମଞ୍ଚ ପ୍ରଗତି ଶାଖା , ଯୁବା ମଞ୍ଚ ଭଳି କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳର ୩୦ ଟି ଅନୁଷ୍ଠାନ ଏବଂ ପ୍ରଭଜିତ ସିଂ ସାଲୁଜା , ସଭାପତି ସୁରଦାସ ବାଗ , କ୍ୟାମ୍ପ ମୋଟିଭେଟର  ଆଶିଷ ଖେତାନ, ଆନନ୍ଦ ମୋଟେ ,ବାସୁ  ବେହେରା , ଶାନ୍ତନୁ ବିଭାର, ରାଜୁ ଛତ୍ରିଆ , ସୁଶୀଲ ଅଗ୍ରୱାଲ ,  ରାଜପାଲ ସଙ୍ଗ ସେନି , ସତୀଶ ମହାନ୍ତି , ମନୋଜ ଅଗ୍ରୱାଲ , ରୋମାଞ୍ଚଳ କରୁଆ  ଭଳି ୧୨ ଜଣ ରକ୍ତଦାତାଙ୍କୁ ମାନପତ୍ର ସହ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମର ପରିଚାଳନା ଆଶିଷ ଖେତାନ କରିଥିବା ବେଳେ ବ୍ଲଡ ବ୍ୟାଙ୍କର ଶିବ କୁମାର ସାହୁ , କୁନାଲ ଦାସ , ସୁନିତା ଭୋଇ , ଜଗପତି ବେହେରା , ବିଶ୍ଵଜିତ ଦେବତା , ଦୂର୍ଗା ତାଣ୍ଡି , ପ୍ରଶାନ୍ତ ସାହୁ , ଗୁରୁବାରୁ ରଣା  ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post