ଜଳେଶ୍ଵର ବ୍ଲକ, ୧୮/୬ (ଜଗନ୍ନାଥ ଗୋଛାୟତ) ସବୁଜ ବାଲେଶ୍ଵର ପାଇଁ ବୃକ୍ଷରୋପଣ ଓ ମୃତ୍ତିକା ସଂରକ୍ଷଣ ସଚେତନତା ଅଭିଯାନ ଆଜି ପୂର୍ବାହ୍ନରେ ଗୋବରଘଟ୍ଟା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ମିନତୀ କରଙ୍କ ନେତୃତରେ ବୈରାଟ ପୋଖରୀ ଆଡ଼ିର ଉତ୍ତର ଦିଗରେ ୨୦୦ ବୃକ୍ଷ ରୋପଣ କରା ଯାଇଛି। ଉକ୍ତ ଗ୍ରାମ ପଞ୍ଚାୟତରେ ଆଗକୁ ୧ ହଜାର ଚାରା ରୋପଣ କରାଯିବ ବୋଲି କହିଛନ୍ତି।ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ଏହି କାର୍ଯ୍ୟକ୍ରମ ଜାଣିବା ପରେ ସରପଞ୍ଚ ମିନତୀ କରଙ୍କୁ ଟୁଇଟ କଲେ କି ଆସନ୍ତା ୪ ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଚାରା ରୋପଣ କରାଯିବା ଲକ୍ଷ ରଖି ଆଜି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ଚାରା ରୋପଣ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଜିଆରଏସ ଶକ୍ତିଧର ଘୋଷ, ଜିଅ ଟେକ୍ ଗୋପାଳ ମହାନ୍ତି, ଏମ୍ବିକେ ସୁବାସିନି ଦାସ, ସିଆରପି ରିତା ଦଳାଇ, ଶକୁନ୍ତଳା ଜେନା, ସନ୍ଧ୍ୟା ରାଣୀ ଦଳାଇ ଓ ଶକୁନ୍ତଳା ମିଶ୍ର, ୱାର୍ଡ଼ ସଭ୍ୟ ସଭ୍ୟା, ଯୁବ ସମାଜସେବୀ ଚନ୍ଦନ କୁମାର କର, ରାଜୁ କୁମାର ଦଳାଇ ଏବଂ ଗ୍ରାମର କେତେକ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

Post a Comment