କନିଷ୍ଠ ଯନ୍ତ୍ରୀ ଙ୍କ ମରଣାନ୍ତକ ଆକ୍ରମଣ ଓ ଦବଙ୍ଗ ଗିରି


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ବ୍ଲକ JEE ! ଜିଲ୍ଲା ପରିଷଦ ସ୍ୱାମୀ ଆହତ ! ବ୍ଲକ ପରିସରରେ ଉତ୍ତେଜନା ଜାରୀ ! ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ !ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ୨୧ନଂ ଜୋନର ଜିଲ୍ଲା ପରିଷଦ କାଞ୍ଚନାବାଳା ଜେନାଙ୍କର ସ୍ୱାମୀ ସୁନୀଲ ଜେନା ପ୍ରତିନିଧି ହିସାବରେ କାର୍ଯ୍ୟ କରି ଆସୁଛନ୍ତି !ଏହି ଜୋନରେ ବଡ଼ କଷବା ଠାରେ ଜିଲ୍ଲାପରିଷଦଙ୍କ ନିଜସ୍ୱ ପାଣ୍ଠି ଓ FDR ପାଣ୍ଠିର ମିଳିତ ଅର୍ଥରେ ଏକ ପକ୍କା ରାସ୍ତା ନିର୍ମାଣ ହେବାର ଥିଲା ବେଳେ ବ୍ଲକର କାର୍ଯ୍ୟରତ JEE ପ୍ରଫୁଲ ମଲ୍ଲିକଙ୍କ ହାତରେ ଏହାର କାର୍ଯ୍ୟଭାର ରହିଛି ! ମାତ୍ର ଦୀର୍ଘ ୩ ମାସରୁ ଅଧିକ ସମୟ ଧରି JEE ଏଷ୍ଟିମେଣ୍ଟ ନ କରିବା ଏବଂ କୌଣସି କାର୍ଯ୍ୟ ହେଉ ନ ଥିବାରୁ ଆଜି ଜିଲ୍ଲା ପରିଷଦଙ୍କର ପତିନିଧି ସୁନୀଲ ଜେନା ବ୍ଲକ ପରିସରରେ ପହଞ୍ଚି JE E ଙ୍କୁ ପଚାରିବା ସହିତ କାହିଁକି ଉକ୍ତ ସ୍ଥାନକୁ ଯାଉନାହଁ ବୋଲି ପଚାରିବାରୁ JEE ଉତକ୍ଷିପ୍ତ ହୋଇ ଜିଲ୍ଲାପରିଷଦ ପ୍ରତିନିଧିଙ୍କୁ ଠେଲା ପେଲା କରିବା ସହିତ ପ୍ରବଳ ମାଡ଼ ମାରି 5t ର ଧଯ୍ୟା ଉଡ଼ାଇବା ସହିତ ଅାଇନ ଉଲ୍ଲଘଂନ କରିଛନ୍ତି । ଏଭଳି କନିଷ୍ଠ ଯନ୍ତ୍ରୀ ଙ୍କ କୁ ବ୍ୟବହାର ରେ ଜନସାଧାରଣ ସମ୍ପୂର୍ଣ୍ଣ ଅତିଷ୍ଠ ହୋଇ ପଡିଲେଣି ଏଥିରେ ଜିଲ୍ଲାପରିଷଦଙ୍କ ସ୍ୱାମୀ ରକ୍ତାକ୍ତ ହେବା ସହିତ ଆହତ ହୋଇ ଥିଲେ ! ବ୍ଲକ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପରିଷଦ ପ୍ରତିନିଧି ନ୍ୟାୟ ଦାବୀ କରିଥିଲେ ବାଲିଆପାଳ ବିଡ଼ିଓ ଙ୍କ ନିକଟରେ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Post a Comment

Previous Post Next Post