୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜଳେଶ୍ଵର ଗସ୍ତକୁ ସଫଳ କରିବା ଓ ଜଳେଶ୍ଵର ବିଭିନ୍ନ ସମସ୍ୟା କୁ ୫ଟି ସଚିବଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସାମ୍ବାଦିକ ସମ୍ମିଳନୀ


ଜଳେଶ୍ଵର ବ୍ଲକ, ତା-୧୮/୬ (ଜଗନ୍ନାଥ ଗୋଛାୟତ) ଆସନ୍ତା ୨୩ ତାରିଖ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜଳେଶ୍ଵର ଗସ୍ତକୁ ସଫଳ କରାଇବା ଓ ଜଳେଶ୍ଵର ବିଭିନ୍ନ ସମସ୍ୟା ଗୁଡ଼ିକୁ ୫ଟି ସଚିବଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ଅପରାହ୍ନ ୪ ଘଟିକା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଖୁସି ପ୍ଲାଜା ପରିସରରେ ଯୁବ ଛାତ୍ର ସଙ୍ଗଠନ ଓ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇ ଯାଇଛି। ଆସନ୍ତା ୨୩ ତାରିଖ ୫ଟି ସଚିବ ଭି କେ ପାଣ୍ଡିଆନ ଜଳେଶ୍ଵର ଆସୁ ଥିବାରୁ ଛାତ୍ର ଯୁବ ସଂଗଠନ ଓ ଜଳେଶ୍ଵର ବୁଦ୍ଧିଜୀବି ପକ୍ଷରୁ ସଫଳ କରିବା ପାଇଁ ଜଳେଶ୍ଵରବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିବା ସହିତ ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଟି ସଚିବ ଙ୍କୁ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି। ଉକ୍ତ ଦାବୀ ଗୁଡ଼ିକ ହେଉଛି (୧) ଜଳେଶ୍ଵର କୁ ସବଡିଭିଜନ୍ ଘୋଷଣା।(୨) ସୁବର୍ଣ୍ଣରେଖା ନଦୀ କୂଳରେ ୮୦ ଭାଗ ଚାଷୀ ଥିବା ବେଳେ ଏକ ଶୀତଳ ଭଣ୍ଡାର ନିର୍ମାଣ।(୩) ରାଇବଣିଆ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇ ଥିବାରୁ ସେଠାରେ ତହସିଲ ଓ ବ୍ଲକ ଘୋଷଣା।(୪) ରାଇବଣିଆ ଅଞ୍ଚଳରେ ଏକ ଡିଗ୍ରୀ କଲେଜ ଖୋଲିବା ଘୋଷଣା।(୫) ଦୀନକୃଷ୍ଣ ମହା ବିଦ୍ୟାଳୟରେ ଏକ ପିଜି କ୍ଲାସ ଖୋଲିବା ଘୋଷଣା।(୬) ପଶ୍ଚିମବାର୍ଡ ଠାରୁ ଜଳେଶ୍ଵର ଥାନା ଓ ନାମ୍ପୋ ଫାଣ୍ଡିକୁ ବହୁ ଦୂର ହୋଇଥିବାରୁ ସେଠାରେ ଏକ ଫାଣ୍ଡି ଘୋଷଣା।(୭) ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟାଁ ରୁ ଜମାଳପୁର କୁ ସୁବର୍ଣ୍ଣରେଖା ନଦୀରେ ଏକ ସେତୁ ନିର୍ମାଣ ଘୋଷଣା।(୮) ଜିକେ ଭଟ୍ଟର ହସପିଟାଲରେ ଡାକ୍ତର ଓ ବିଶେଷଜ୍ଞ ଆବଶ୍ୟକତା ଅତି କମରେ ଜଣେ ମେଡିସିନ ବିଶେଷଜ୍ଞ ଓ ସର୍ଜରୀ ବିଶେଷଜ୍ଞ ନିଯୁକ୍ତି ସହ ଅନ୍ୟ କର୍ମଚାରୀ ପୂରଣ କରିବା ପ୍ରଭୃତି ଦାବୀପତ୍ର ଦିଆ ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନଙ୍କ ପୌରହିତ୍ୟରେ ବରିଷ୍ଟ ବିଜେଡି ନେତା ତଥା ବରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କନିସ୍କ ବୁଦ୍ଧିଦତ୍ତ ଦାସ, ପୂର୍ବତନ ବ୍ଲକ ବିଜେଡି ସଭାପତି ଭୂପତି ଚରଣ ମିର୍ଦ୍ଧା, ଯୁବ ଛାତ୍ର ସଙ୍ଗଠନର ଆବାହକ କାଳିଚରଣ ଦାସ, ସତ୍ୟଶୋଭନ ମିଶ୍ର, ରାସ ବିହାରୀ ରଣା, ଚନ୍ଦନ କୁମାର କର, ପୂର୍ବତନ ଆରୁହା ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର, ପଶ୍ଚିମବାର୍ଡ ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ପାତ୍ର,ବାଇଗଣବାଡ଼ିଆ ବରିଷ୍ଟ ବିଜେଡି ନେତା ରବିନ୍ଦ୍ର ନାଥ ଗିରି, ପାଇକସିଦା ଗ୍ରାମ ପଞ୍ଚାୟତ ନେତା ରଘୁନାଥ ଜେନା, ନଛିମପୁର ସରପଞ୍ଚ ରାଜେଶ କୁମାର ଜେନା, ପଶ୍ଚିମବାର୍ଡ ସମିତି ସଭ୍ୟ ହରିଶ୍ଚନ୍ଦ୍ର ମହାଳିକ, ଜଳେଶ୍ଵର ମାଇନରିଟି ସେଲ ର ଯୁବ ନେତା ସେକ ହାସିରୁଦ୍ଦିନ ବକ୍ସ, ଅବଦୁଲ ହାକିମ, ଜଗଦିଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post