କଂଗ୍ରେସର ମାନବ ଶୃଙ୍ଖଳା ପ୍ରତିବାଦ ସଭା : ସଚିବଙ୍କୁ ୧୪ଟି ପ୍ରଶ୍ନ


ଜଳେଶ୍ୱର ୨୪/୬(ଜଗନ୍ନାଥ ଗୋଛାୟତ): ଆଜି ୫ଟି ସଚିବ ଜଳେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିବାରୁ ଗୁରୁବାର ଅପରାହ୍ନରେ ପୁଲିସ୍ ପକ୍ଷରୁ କଂଗ୍ରେସ ନେତା ସୁଦର୍ଶନ ଦାସ, ରାଜୀବ ପରିଡା, ସୁଦାମ ପାତ୍ରଙ୍କୁ ନଜର ବନ୍ଦି କରାଯାଇଥିଲା । ଆଜି ସକାଳେ ଏହା ଜଣାଯିବାପରେ କଂଗ୍ରେସ କର୍ମୀମାନେ ୬୦ନଂ ଜାତୀୟ ରାଜପଥ କଡ ଖୁସୀପ୍ଲାଜା ଠାରେ ଏକତ୍ରୀତ ହୋଇଥିଲେ । ୧୪ଟି ପ୍ରଶ୍ନ ସମ୍ବଳିକ ଏକ ବୃହତ ବ୍ୟାନର ଓ ପ୍ଲା କାର୍ଡ ଧରି ବଡବଜାର ଛକଠାରୁ କାଳୀମନ୍ଦିର ଯାଏ ଏକ ବିରାଟ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା । ସୁଦର୍ଶନ ଦାସଙ୍କ ସଭାପତିତ୍ୱ କରି ବ୍ଲକ ଓ ପୌରପାଳିକାରେ ଚାଲିଥିବା ବିଭିନ୍ନ ଦୁର୍ନିତୀ ସଂପର୍କରେ ୫ଟି ସଚିବଙ୍କ ଉଦେ୍ଦଶ୍ୟରେ ପ୍ରଶ୍ନ ପଚାରିଥିଲେ । ପୁଣି ଜଣେ ସଚିବ ଏଭଳି ଏକ ପ୍ରଚାରଧର୍ମୀ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ନେଇ ପ୍ରଶ୍ନ ପଚାରିଥିଲେ । ଏଥିରେ ଜିଲା କଂଗ୍ରେସ ସଭାପତି ସଂଜିବ ଗିରି, ବ୍ଳକ ସଭାପତି ରାଜୀବ ପରିଡା, ଟାଉନ ସଭାପତି ଗିରିଜା ଦାସ, କୃଷକ ନେତା ସୁଦାମ ପାତ୍ର, ଜିଲା ସାଧାରଣା ସଂପାଦକ ହେମନ୍ତ ଗିରି, ସୁଧାଂଶୁ ଜେନା, ପଦ୍ମଲୋଚନ ବେହେରା, ଗୋପାଳକୃଷ୍ଣ ଜେନା, ସୁଶାନ୍ତ ସେଠୀ, ଦେବଦୁଲାଲ ଦାସ, ସୌଭିକ ଜେନା, ଗୌରାଙ୍ଗ ମହାପାତ୍ର, ଖଗେନ୍ଦ୍ର ସାମଲ, ସପନ ଜେନା, ବିନୟ ଜେନା, ରାଧାରାଣୀ ପାତ୍ର, ଅଂଜଳି ପ୍ରଧାନ, ରବିନ୍ଦ୍ର ଭଂଜ, ବିଭୁରେନ୍ଦ୍ର ଦେ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Post a Comment

Previous Post Next Post