ସରକାରୀ ଦଳ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନିର୍ବାଚନ ପ୍ରଚାର କରୁଛନ୍ତି : ସିପିଆଇଏମ୍


ଜଳେଶ୍ୱର ୨୪/୬(ଜଗନ୍ନାଥ ଗୋଛାୟତ): ସରକାରୀ ଅର୍ଥରେ ୫ଟି ସଚିବଙ୍କଭ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜକୀୟ ଗସ୍ତ ଓ ପ୍ରଶାସନ ଜରିଆରେ ଗାଡିରେ ସଭାସ୍ଥଳକୁ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ବୁହାଯାଇ ନିର୍ବାଚନ ପ୍ରଚାରର ପ୍ରହେଳିକା ସୃଷ୍ଟି କରୁଛି । ଏପରିକି ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ କଣ୍ଟ୍ରାକ୍ଟର ମାନଙ୍କୁ ଦିଆଯାଉଥିବା ଜଳେଶ୍ୱର ସିପିଆଇଏମ୍ ଅଭିଯୋଗ କରିଛି । ଆଜି ଅଫିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲିପ ଗିରି ଅଧ୍ୟକ୍ଷତା କରି ଜଳେଶ୍ୱରର ପ୍ରମୁଖ ସମସ୍ୟା ପାଣିନିଷ୍କାସନ, ବାନ୍ୟା ପ୍ରତିକାର, ଚାଷୀଙ୍କୁ ବୋନସ୍, ଶୀତଳଭଣ୍ଡାର ନିର୍ମାଣ, ଜଳେଶ୍ୱରକୁ ସବ୍ଡିଭିଜନ୍ ଘୋଷଣା, ରାଇବଣିଆକୁ ବ୍ଲକ, ହସ୍ପିଟାଲରେ ଡାକ୍ତର ନିଯୁକ୍ତି, ଭୂମୀହିନୀଙ୍କୁ ଘରପଟ ଓ ଆବସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସମସ୍ତ ଭତ୍ତାଧାରୀଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବା, ବସ୍ଷ୍ଟାଣ୍ଡ ନିର୍ମାଣ, ଅଡିଟରିୟମର ବ୍ୟବସ୍ଥା ହେବା ସଂପର୍କରେ ଦାବି କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ୫ଟି ସଚିବଙ୍କ ଗସ୍ତ କାହା ଅର୍ଥରେ ହେଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ, ଦିଲ୍ଲିପ ପରିଡା, ଜୀବନ ପରିଡା ପ୍ରମୁଖ ଯୋଗ ଦେଇ ଆସନ୍ତା ଦିନରେ ଜନସାଧାରଣ ଏହାକୁ ବୁଝି ଉଚିତ୍ ଜବାବ ଦେବାକୁ ଆହ୍ୱାନ ଜଣାଇଛନ୍ତି ।

Post a Comment

Previous Post Next Post