କସ୍ତୁରବା ବାଳାଶ୍ରମକୁ ମିଳିଲା ସରକାରୀ ମାନ୍ୟତା


ନୂଆପଡା (ପ୍ରମେଶ୍ୱର ମେହେର) ନୂଆପଡା ଜିଲା ଖଡ଼ିଆଳଠାରେ ଥିବା କସ୍ତୁରବା ବାଳାଶ୍ରମ ସରକାରୀ ମାନ୍ୟତା ପାଇଥିବା ବେଳେ ତାର ନାମ ବଦଳି ଉତ୍କଳ ବଳାଶ୍ରମ ହୋଇଛି। ବୁଧବାର ଆନୁଷ୍ଠାନିକ ଭାବେ ନୂଆପଡା ଏଡିଏମ ଅଗସ୍ତି ପ୍ରଧାନଙ୍କ ଦ୍ବାରା ଉଦଘାଟିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଭାପତି ଡ ଫଣିନ୍ଦମ ସିଂଦେଓ, ଜିଲ୍ଲା ନଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିଆର ସିଂ, ଏସ୍‌ଡିପିଓ ଅରୁପ ଅଭିଷେକ ବେହେରା, ଏନଏସି ଇଓ ଚିନ୍ମୟ ଆଚାର୍ଯ୍ୟ, ପୂର୍ବତନ ଅଧ୍ୟକ୍ଷ ଶିବପ୍ରଶାଦ ବେହେରା, ତହସିଲଦାର ସିନ୍ଧୁସୂତା ପାତ୍ର, ସିଡିପିଓ ମିନା କୁମାରୀ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। କସ୍ତୁରବା ଆଶ୍ରମ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ । ୧୯୮୩ରେ ପ୍ରତିଷ୍ଠା ହୋଇଥିବା ବେଳେ ଲୋକଙ୍କ ସାହାଯ୍ୟରେ ଆଶ୍ରମ ଚାଲି ଆସୁଥିଲା। ଅଞ୍ଚଳର ଅନାଥ ଛାତ୍ରୀଛାତ୍ର ଏଠାରେ ରହି ଶିକ୍ଷା ଗ୍ରହଣ କରି ଆସୁଥିଲେ। ପରେ ସରକାରୀସ୍ତରରେ ୫୦ ପ୍ରତିଶତ ସହଯୋଗ ପାଇ ଆଶ୍ରମ ଆଗକୁ ବଢିଥିଲା । ଆଶ୍ରମରେ ଅନାଥ ଛାତ୍ରୀଛାତ୍ର ଉତ୍ତମ ଶିକ୍ଷା ଗ୍ରହଣ କରି ୫ଜଣ ଛାତ୍ରୀ ସ୍ଥାନୀୟଆଇଟିଆଇରେ ଶିକ୍ଷା ଗ୍ରହଣ କରି ସାରିଥିବା ବେଳେ ଚଳିତବର୍ଷ ପୁଣି ଏହି ଆଶ୍ରମରୁ୪ଜଣ ଛାତ୍ରୀ ସ୍ଥାନୀୟ ଆଇଟିଆଇରେ ଶିକ୍ଷା ଗ୍ରହଣ କରୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଏହି ଆଶ୍ରମକୁ ସରକାରୀ ମାନ୍ୟତା ଦେଇ ଥିବାରୁ ବିକଶିତ ଆଶ୍ରମ ହୋଇ ଗଢି ଉଠିବା ଶହ ଅନାଥ ଛାତ୍ରୀଛାତ୍ର ବହୁ ସୁବିଧା ପାଇ ପାରିବେ ବୋଲି ଉପଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଭାପତି ସିଂଦେଓ ପ୍ରକାଶ କରିଛନ୍ତି। ଉତ୍କଳ ବଳାଶ୍ରମ ଅଧକ୍ଷ୍ୟା ଅର୍ଚ୍ଚନା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପ୍ରିୟଦର୍ଶିନୀ ଠାକୁର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post