ଶାବର ଶ୍ରୀକ୍ଷେତ୍ରରେ କୋରାପୁଟରେ ପବିତ୍ର ରଥଯାତ୍ରା ସୁରୁଖୁରୁରେ ପାଳିତ


କୋରାପୁଟ : (ଆଜତକ୍ ଓଡ଼ିଶା) ଆଜି ହେଉଛି ପବିତ୍ର ରଥଯାତ୍ରା । ଯାହାକୁ ଦେଖିବାକୁ ଚାତକ ପରି ଅପେକ୍ଷା କରି ରହିଥାଏ ଭକ୍ତ । ଶ୍ରୀଜୀଉଙ୍କ ଗୋଟିଏ ଝଲକ ପାଇଁ କାହିଁ କେତେ ବାଟୁ ଧାଇଁ ଯାଏ ଭକ୍ତ । ଅସହ୍ୟ ଗରମ ଓ ଗୁଳିଗୁଳିରେ ବି କାଳିକାକୁ ଦେଖିବାକୁ କ୍ରେଜ ଥାଏ । କିଏ କୁହେ ଜଗା ଆସୁଛି..କିଏ କୁହେ ଆସୁଛନ୍ତି ଆମ ଘରର ମୁରବି । ଆଉ କିଏ କୁହେ ଝୁଲି ଝୁଲି ଆସୁଛି ମହାବାହୁ । ଗହଳି ଭିତରେ ଯେତେବେଳେ କାଳିଆ ସୁନା ଝୁଲି ଝୁଲି ଆସେ କିଏ ଟାହିଆ ଟାଣି ନିଏ । ପୁଣି କିଏ ସୁଯୋଜ ଦେଖି ଛୁଇଁ ଦେଇ ଖୁସିରେ ଗଦ ଗଦ ହେଇଯାଏ । ଚର୍ମଚକ୍ଷୁରେ ବିଶ୍ୱର ସବୁଠାରୁ ବଡ ପର୍ବ ରଥଯାତ୍ରା ଦେଖିବାକୁ । ତା ଲୀଳା ବିଶ୍ୱ ବିଦିତ । ପୁରା ବଡ ଦାଣ୍ଡ ଭକ୍ତି ଭାବରେ ବୁଡିଛି । ଲାଗିଛି ଭକ୍ତଙ୍କ ଗହଳିଚହଳି । ଭକ୍ତର ଠାକୁର ଭାବ ବିନୋଦିଆ କାଳିଆକାହ୍ନୁ । ଭକ୍ତର ଏହି ଭଲପାଇବା ଟିକକ ଦେଖିବାକୁ ଧାଇଁ ଆସେ କାଳି କାହ୍ନୁ । ଘଣ୍ଟା, ଘଣ୍ଟା କାହାଳୀ ଧ୍ୱନିରେ ପ୍ରକମ୍ପିତ ଗଗନ ପବନ । ପୁରା ବଡଦାଣ୍ଡ ଜଗନ୍ନାଥମୟ । ହରିବୋଲ ହୁଳହୁଳିରେ ଫାଟି ପଡୁଛି ଚତୁର୍ଦିଗ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ବଡଦାଣ୍ଡ । ଧାଡି ପହଣ୍ଡିରେ ରଥାରୂଢ ହେଉଛନ୍ତି ମହାପ୍ରଭୁ । ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର ପରେ ସୁଭଦ୍ରା ଶେଷରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ଏହି ପବିତ୍ର ରଥଯାତ୍ରା ତିନି ଠାକୁରଙ୍କୁ ଦର୍ଶନ କରି ଭକ୍ତ ବେଶ୍ ଖୁସିରେ ଫାଟି ପଡ଼ିଥିବା ଦେଖିବାକୁ ମିଳିଅଛି ।

Post a Comment

Previous Post Next Post