ରଜ ଉପଲକ୍ଷେ ବସ୍ତିରେ ଖୁସି ବାଣ୍ଟିଲେ ଗୀତା ବିଶ୍ୱାସ


ଆଜତକ୍ ଓଡ଼ିଶା : ସାମାଜିକ କର୍ମୀ ଗୀତା ବିଶ୍ୱାସ ଭୁବନେଶ୍ୱର ସ୍ଥିତ ଟେଷ୍ଟନ ପାଖ ବସ୍ତିରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ବସ୍ତିରେ ବାସ କରୁଥିବା ୮୦ରୁ ଉର୍ଦ୍ଧ ଲୋକଙ୍କୁ ଦ୍ଵିତୀୟ ରଜ ତଥ ରଜ ସଂକ୍ରାନ୍ତି ଦିନ କାକରା ପିଠା ଓ ରଜ ପାନ ଦେଇ ଖୁସି ବାଣ୍ଟିବାର ଏକ ଛୋଟ ପ୍ରୟାସ କରିଥିଲେ ବସ୍ତି ଲୋକଙ୍କ ମନରେ ଟିକିଏ ଖୁସି ଆଉ ଓଠରେ ହସ ଭରିବାକୁ ବସ୍ତିରେ ପହଞ୍ଚି ଥିଲେ,ମୂଲ୍ୟବାନ ସମୟ ଦେଇ କାକରା ପିଠା ତିଆରି କରିଥିଲେ ଗୀତା ବିଶ୍ୱାସ କହିଛନ୍ତି ମାନବ ସେବା ହଁ ମାଧବ ସେବା ସାରା ବିଶ୍ୱ ଏକ ପରିବାର ଆମେ ସମସ୍ତେ ଭଗବାନଙ୍କର ସନ୍ତାନ ଆମେ ପରସ୍ପର ଭିତରେ ଖୁସି ବାଣ୍ଟିଲେ ଖୁସି ବଢିବ ଓ ନିରାଶ୍ରୟ ଲୋକ ମାନଙ୍କର ଟିକିଏ ଦୁଃଖ ଅଳ୍ପ ହୋଇବ,ଏମିତି ସେବା କାର୍ୟ୍ଯ ଆଗକୁ ଜାରି ରହିବ ଜଗତର କଲ୍ୟାଣ ପାଇଁ ଭଗବାନ ମହାନ ମାନବଙ୍କୁ ଦ୍ଵାରା ଭଲ କାମ କରନ୍ତି ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭଲ କାମ କରିବା ଲୋକଙ୍କର ସେବା ଖୁସି ବାଣ୍ଟିବା ଓ ଭଲ କାମରେ ନିଜର ଲୋକଙ୍କୁ ସାମିଲ କରିବା ।

Post a Comment

Previous Post Next Post