ବଙ୍ଗୋମୁଣ୍ଡା,୧୭।୬ (ଆଜତକ୍ ଓଡ଼ିଶା) ମାନବିକତା ଦେଖାଇଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର । ରୋଗାଗ୍ରସ୍ତ ଗାଈ କୁ ଉଦ୍ଧାର କରି ଚିକିତ୍ସା କରାଇଲେ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ର ପରିସର ରେ ଥିବା ଗୋଟିଏ ଗାଈ ଏକ ବାଛୁରୀ କୁ ଜନ୍ମ ଦେଇ ଥିଲା । ଦିବ୍ୟାଙ୍ଗ ଗାଈ ବୋଲି ସେ ବାଛୁରୀ କୁ ସୁରକ୍ଷା ଦେଇ ପାରିନଥିଲା । ପରେ ବାଛୁରୀ କୁ କୁକୁର ଆକ୍ରମଣ କରିବା ପରେ ତାର ମୃତ୍ୟୁ ହୋଇଥିଲା । ଗାଇ ଟି ଟାଇଲସ ଘରେ ଭିତର କୁ ପ୍ରବେଶ କରିଥିଲା । ଦୀର୍ଘ ଦିନ ହେଲା ଆଉ ପଦାକୁ ବାହାରି ପାରୁନଥିଲା । ଆଜି ବଙ୍ଗୋମୁଣ୍ଡା ବ୍ଲକ ର ଭାଲୁମୁଣ୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେର ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ର ଡ଼ଃ ସନ୍ନ୍ୟାସୀ ଶଥପଥି ଙ୍କୁ ଫୋନ କରି ଡକାଇ ଥିଲେ । ପରେ ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ମାନେ ପହଁଚି ଗାଈ ଟିକୁ ଚିକିତ୍ସା କରିଥିଲେ । ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର ଙ୍କ ଏହି ଭଳି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରସଂଶା କରିଥିଲେ । ସୂଚନା ଯୋଗ୍ୟ ଯେ, ଗାଈ ଟି ଦୀର୍ଘ ଦିନ ହେଲା ବ୍ଲକ ପରିସର ରେ ପଡି ରହିଥିଲା । ଚିକିତ୍ସା ପରେ ଗାଈ ଟି ସୁସ୍ଥ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି ।

Post a Comment