ଭବାନୀପାଟଣା ୧୭/୦୬ (ଶ୍ୟାମସୁନ୍ଦର ମାଝୀ) ଗୋଳାମୁଣ୍ଡା ବ୍ଲକ ଖମାରହଲଦୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶୋଷିଆ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବିକ୍ରମ କିଶୋର ନେଗିଙ୍କ ଗତ ବୁଧବାର ପ୍ରାତଃ ସମୟରେ ଦେହାନ୍ତ ହୋଇଯାଇଛି।ଦେହାନ୍ତ ସମୟରେ ତାଙ୍କୁ ୮୦ ବର୍ଷ ବୟସ ହୋଇଥିବା ଜଣାପଡିଛି।ସ୍ୱଗର୍ତ ବିକ୍ରମ ନେଗି ତାଙ୍କ ଜୀବନରେ ଜଣେ ସରକାରୀ ଶିକ୍ଷକ ଭାବେ ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ନିୟୋଜିତ ରହି ଦୀର୍ଘଦିନ ଧରି ଶିକ୍ଷକତା କରି ଅବସର ନେଇଥିଲେ।ସେ କେବଳ ଶିକ୍ଷକ ଥିଲେ ତା ନୁହେଁ ବରଂ ସେ ଏକାଧାରରେ ଜଣେ ଶିକ୍ଷକ ହେବାସହ କଳାକାର ଓ ସମାଜସେବୀ ସହ ଧର୍ମ ପରାୟଣ ବ୍ୟକ୍ତି ମଧ୍ୟ ଥିଲେ।ଶୋଷିଆ ଆଞ୍ଚଳିକ ଯାତ୍ରା ଜଗତ ରେ ହାସ୍ୟ ରସିକ ଭାବେ ବେଶ ପରିଚିତ ଥିବା ବେଳେ ପୁରାଣ ପାଠ ଗାନ ରେ ମଧ୍ୟ ଲିପ୍ତ ଥିଲେ।ସେଭଳି କାର୍ଯ୍ୟକରିଥିବା ହେତୁ ସେଜଣେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ବ୍ୟକ୍ତି ହୋଇ ପାରିଥିଲେ।ହେଲେ କିଛି ମାସ ହେବ ସେ କେନ୍ସର ରୋଗରେ ଆକ୍ରାନ୍ତ ହେବା ପରେ ଧିରେଧିରେ ଶାରୀରିକ ଅସୁସ୍ଥତା ବଢ଼ିବାରେ ଲାଗି ଚିକିତ୍ସା ନିମନ୍ତେ ଅନେକ ଚେଷ୍ଟା ପରେ ମଧ୍ୟ ଗତକାଲି ପ୍ରାତଃ ସମୟରେ ନିଜ ଘରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଦେହାନ୍ତ ସମୟରେ ତାଙ୍କ ଚାରିଝିଅ ପୁଅ,ବହୁ ସମେତ ନାତି ନାରୁଣୀ ଉପସ୍ଥିତ ଥିଲେ। ସ୍ୱାଗର୍ତ ନେଗୀଙ୍କ ଦେହାନ୍ତ ପରେ ତାଙ୍କ ଶବକୁ ନେଇ ହିନ୍ଦୁ ପରମ୍ପରା ଅନୁସାରେ ଶବ ସତ୍କାର କରାଯାଇଥିବା ବେଳେ ଶବାଧାରରେ ତାଙ୍କର ଅନେକ ସମ୍ପର୍କୀୟ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଶବ ସତ୍କାର ସମୟରେ ତାଙ୍କର ସାନପୁଅ ସଂଜୀବ କୁମାର ନେଗି ମୁଖାଗ୍ନି ଦେଇଥିଲେ।ସ୍ୱଗର୍ତ ନେଗିଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ପରିବାର ଓ ସମ୍ପର୍କୀୟଙ୍କ ଘରେ ଶୋକର ଛାୟା ଖେଳି ଯାଇଛି। ପରିଚିତ ଥିବା ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ମୃତ୍ୟୁ କୁନେଇ ଗଭୀର ଶୋକ ଦେଖାଦେଇଛି। ତାଙ୍କର ଦେହାନ୍ତ ହୋଇ ଯାଇଥିଲେ ମଧ୍ୟ ତାଙ୍କ ଜୀବନରେ ଅନେକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜର ବେଶ ପରିଚୟ ସୃଷ୍ଟି କରି ପାରିଥିବାରୁ ପରିବାର ଓ ସମ୍ପର୍କୀୟଙ୍କ ସହ ଗ୍ରାମବାସୀ ଓ ଶୋଷିଆ ଆଞ୍ଚଳିକ ଯାତ୍ରା ଜଗତର କଳାକାର ମାନଙ୍କ ମଧ୍ୟରେ ଦୁଃଖ ଦେଇ ଚାଲି ଯାଇଥିବା ବେଳେ ଆଜି ମଧ୍ୟ ହୃଦୟରେ ଏକ ସ୍ଥାନ କରି ରହି ପାରିଛନ୍ତି।

Post a Comment