ଜଳେଶ୍ୱର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ


ଜଳେଶ୍ବର,୨୧/୬ (ଜଗନ୍ନାଥ ଗୋଛାୟତ) ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଓ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଳେଶ୍ୱର ଗସ୍ତରେ ଆସି କେନ୍ଦ୍ରୀୟ ଅମୃତ ଯୋଜନାରେ ନିର୍ମାଣଧିନ ଥିବା ଜଳେଶ୍ୱର ରେଳଷ୍ଟେସନର କାର୍ଯ୍ୟକୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କଲେ l ବାହାନାଗାର ରେଳ ଦୁର୍ଘଟଣାରେ ସେବା ଯୋଗାଇଥିବା ଜଳେଶ୍ୱରର ବିଭିନ୍ନ ସ୍ବେଛାସେବୀ ସଂଗଠନକୁ ସାମ୍ମନିତ କରିବା ସହିତ ଧନ୍ୟବାଦ ଦେଲେ । ଉକ୍ତ ସମୀକ୍ଷା ସମୟରେ ରେଳ ବିଭାଗର ଜିଏମ, ଖଡ୍ଗପୁର ଡିଆରଏମ୍ ହାସମୀ,ବିଜେପି ନଗର ସଭାପତି ତଥା ପୌର ସାଂସଦ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ,ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ,ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର, ଯୁବନେତା ପରମାନନ୍ଦ ମହାପାତ୍ର, ସୁମତି ଦେ,ସରପଞ୍ଚ ରଞ୍ଜନ ପାତ୍ର, ସଦସ୍ୟ ମୁକୁନ୍ଦ ଜେନା, କାଉନସିଲର ଶିବନାରାୟଣ ମହାପାତ୍ର ଓ ଚନ୍ଦନ ଦାସ,ମଣ୍ଡଳ ସଭାପତି ତପନ ବିଶ୍ୱାଳ, ତରୁଣ ପଟ୍ଟନାୟକ, ବିଶ୍ଵରୂପ ଦାସ, ସତ୍ୟବ୍ରତ ପଣ୍ଡା, ବିପ୍ଳବ ପ୍ରଧାନ, ରାଧାକୃଷ୍ଣ ସେଣ, ହେମନ୍ତ ଦାସ, ବନମାଳୀ ଧଳ, ବିମଳା ଶଙ୍କର ପ୍ରଧାନ, ଖୋକନ ଘୋଷ, ଅଶୋକ ଚୌରାସିୟା, ଦୀପକ ଚୌରାସିୟା,ଅଜୟ ପାତ୍ର,ଅଞ୍ଜନ ଦାସ,ମନମୋହନ ଆଚାର୍ଯ୍ୟ, ତନ୍ମୟ ଚନ୍ଦ, ରାମକୃଷ୍ଣ ସାହୁ,ପିନାକୀ ଚାଟର୍ଜି,ଶଙ୍କର ମହାଳିକ, ଦେବ ପାଠୀ, ଅନନ୍ତ ଦାସ, ପାର୍ଥସାରଥୀ କର ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ରେଳ ମନ୍ତ୍ରୀ ଓ ସାଂସଦଙ୍କୁ ଜଳେଶ୍ୱରର ବିଭିନ୍ନ ସଂଗଠନ ବ୍ରାହ୍ମଣ ସମିତିର ସମ୍ପାଦକ ଦେବବ୍ରତ ପାଣିଗ୍ରାହୀ ଓ ଲୋକନାଥ ଧର ,ରେଳ ୟୁଜର୍ସ କମିଟିର ସଭାପତି ସୁକୁମାର ରଣା,ମେ ଆଇ ହେଲ୍ପ ୟୁ ପ୍ରତିଷ୍ଠାତା ଜଗନ୍ନାଥ ପରିଡ଼ା, ଯୁବ ମଞ୍ଚ ଜଳେଶ୍ୱରର ରାଜେଶ ଠକ୍କର ଓ ମୁଲଚନ୍ଦ ଲୋଧା ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ରେଳ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ମହୋଦୟ ବାହାନଗା ଟ୍ରେନ ଦୁର୍ଘଟଣାରେ ସହଯୋଗ କରିଥିବା ଜଳେଶ୍ୱରର ଅଗ୍ରଣୀ ସ୍ବେଛାସେବୀ ସଂଗଠନର ସଦସ୍ୟ ଓ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post