ଜଳେଶ୍ୱର ୦୯ ।୦୬ (ଜଗନ୍ନାଥ ଗୋଛାୟତ) ବିଦୁ୍ୟତ୍ ଖୁଣ୍ଟରୁ ପଡି କର୍ମଚାରୀଙ୍କ ମୃତ୍ୟୁ । ଘଟଣାରୁ ଜଣାଯାଇଛି ଯେ ଗତ ୭ ତାରିଖ ଦିନ ଅପରାହ୍ନରେ ଜଳେଶ୍ୱର ଅଂଚଳରେ କାଳ ବୈଶାଖୀ ଝଡ ହେବା ପରେ ବହୁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହିତ କେତେକ ଜାଗାରେ ତାର ଛିଡିଯାଇଥିଲା । ତାର ମରାମତି କରିବା ପାଇଁ ଜଳେଶ୍ୱର ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ସବ କଣ୍ର୍ଟାକ୍ଟର ଏଚ୍ଏସ୍ପାୱାର ପ୍ରଜେକ୍ଟ ପ୍ରାଇଭେଟ ଲିମିଡେଡ କୋମ୍ପାନି ପକ୍ଷରୁ ମରାମତି ପାଇଁ କିଛି କର୍ମଚାରୀ ପୈାରାଂଚଳର ଶାନ୍ତିଆ ଗ୍ରାମକୁ ଯାଇଥିଲେ । କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ସେଠାରେ ଖୁଣ୍ଟ ଚଢିବା ପାଇଁ ଅଜୟ ଅଣ୍ଡିଆ ନାମକ ଅନଭିଙ୍ଗ ହେଲପରଙ୍କୁ ଖୁଣ୍ଟକୁ ଚଢାଇଥିଲେ ଏବଂ କୈାଣସୀ ସେଫଟି ଗାଡ ନ ଥିବାରୁ ସେ ଖୁଣ୍ଟରୁ ପଡିଯାଇ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଲେଶ୍ୱର ହସପିଟାଲ ନିଆଯାଇଥିବା ବେଳେ ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସୋମ ଅଲଟିମେଟ ହସପିଟାଲରେ ଭର୍ତି କରାଇଥିଲେ । କିନ୍ତୁ ପରିବାର ଲୋକଙ୍କ କହିବାନୁଯାୟୀ କୋମ୍ପାନି ପକ୍ଷରୁ କୈାଣସୀ ଆର୍ଥିକ ସାହାଯ୍ୟ ମିଳି ନ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାଡରେ ଚିକିତ୍ସା କରାଇଥିଲେ । କିନ୍ତୁ ଚିକିତ୍ସାରେ ବିଳମ୍ବ ହେତୁ ଅଜୟଙ୍କର ଜୀବନ ଚାଲିଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି । ମୃତ କର୍ମଚାରୀ ଜଣକ ଶାନ୍ତିଆ ଗ୍ରାମର ଚୈତନ୍ୟ ଅଣ୍ଡିଆଙ୍କ ପୁତ୍ର ଅଜୟ ଅଣ୍ଡିଆ (୨୬) । ସେ ଉକ୍ତ କୋମ୍ପାନିରେ ଚୁକ୍ତି ଭିତିକ କର୍ମଚାରୀ ଭାବେ ୮ହଜାର ଟଙ୍କାରେ ୧ବର୍ଷ ୬ମାସ ହେବ କାର୍ଯ୍ୟ କରିଆସୁଥିଲେ । ତେଣୁ ଏହାର ତଦନ୍ତ ହେବା ସହିତ ଉପରିସ୍ଥ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୃତ କର୍ମଚାରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୁରଣ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି । ଅନ୍ୟପକ୍ଷରେ ଇଲେକ୍ଟ୍ରିକାଲ ଏସ.ଡି.ଓ ଭୁବନ କୁମାର ସାହୁ କହିଛନ୍ତି ଏହାର ତଦନ୍ତ ଚାଲିଛି ଲାଇନମ୍ୟାନ ରାଜୀବ ଭୂୟାଁଙ୍କୁ ନିଲମ୍ବନ କରାଯାଇଛି ।ଯିଏ ଦୋଷୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

Post a Comment