ଜଳେଶ୍ୱର, ୦୯।୦୬ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ସହରାଂଚଳ ଓ ବ୍ଲକ ଅଂଚଳରେ ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟ ସପ୍ତାହକ ମଧ୍ୟରେ ବନ୍ଦ ନ ହେଲେ ଟାଟା ପାୱାରର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଚଳ କରିଦିଆ ଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଜଳେଶ୍ୱର ଭାଜପା ନଗର ସଭାପତି ତଥା ସାଂସଦଙ୍କ ପୈାର ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଦ୍ୟୁତ୍ ବିଭାଗର ନିବାହୀ ଯନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲାଗି ରହିଥିବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏମିତି ସମୟରେ ଟାଟା ପାୱାର ପକ୍ଷରୁ ପ୍ରତି ଅଧ ଘଣ୍ଟାରେ ଥରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ ରାତ୍ରୀ ଦିନ ଲାଗି ରହିଥିବାର ଦେଖିବାକୁ ମିଳୁଛି । ଏହା ସହିତ ଲୋ ଭଲ୍ଟେଜ ସମସ୍ୟା ଲାଗିରହିଛି । ବିଦ୍ୟୁତ୍ ବିଭାଗ ବିଲ ଆଦାୟ ବେଳେ ହେଳା କରୁ ନ ଥିବା ବେଳେ ଉପଭୋକ୍ତାଙ୍କୁ ସେବା ପ୍ରଦାନରେ ଏତେ କୁଣ୍ଠାବୋଧ କାହିକି ବୋଲି ପ୍ରଶ୍ନ କରାଯାଇଛି । ଗତ କାଳ ବୈଶାଖୀରେ ଜଳେଶ୍ୱର ସହର ଓ ବ୍ଲକ ଅଂଚଳର କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପରିବର୍ତନ କରାଯାଇ ବିଦ୍ୟୁତ୍ ସରବରାହ କରାଯାଇନାହିଁ । ତେଣୁ ତୁରନ୍ତ କାର୍ଯ୍ୟକାରୀ କରା ନ ଗଲେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର, ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ, ସାବିତ୍ରୀ ଜେନା, ସାସଂଦ ବ୍ଲକ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ମଣ୍ଡଳ ସଭାପତି ତପନ ବିଶ୍ୱାଳ, କାଉନସିଲର ଶିବନାରାୟଣ ମହାପାତ୍ର, ତନ୍ମୟ ଚାନ୍ଦ,ତରୁଣ ପଟ୍ଟନାୟକ, ଅରବିନ୍ଦ ମଣ୍ଡଳ, ନିତ୍ୟାନନ୍ଦ ଦାସ, ବିଜୟ ସାମଲ, ରାଜୀବ ଘୋଷ, ଅଂଜନ ଦାସ, ମିଡିଆ କୋଡିନେଟର ଜଗନ୍ନାଥ ଗୋଚ୍ଛାୟତ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ ।

Post a Comment