ନିଟ ପରୀକ୍ଷାରେ ସଫଳତା ପାଇଲେ ରାଜେଶ


ଜଳେଶ୍ୱର ୨୨/୬: ଜଳେଶ୍ୱର ବ୍ଲକର ଝାଡ ପିମ୍ପଳ ଗ୍ରାମର ରାଜେଶ କୁମାର ପ୍ରଧାନ ନିଟ ପରୀକ୍ଷାରେ ୬୩୫ ନମ୍ବର ରଖି ଜଳେଶ୍ୱରର ଗୌରବ ବଢାଇଛନ୍ତି । ରାଜେଶ କୁମାର ୨୦୧୮-୨୦ ଜଳେଶ୍ୱରସ୍ଥିତ ଦିଗମ୍ବରୀଦେବୀ +୨ ବିଜ୍ଞାନ କଲେଜର ଛାତ୍ର ଥାଇ ଣତକଡା ୯୦ରୁ ଅଧିକ ନମ୍ବର ପାଇବାରେ ସଫଳ ହୋଇଥିଲେ । ତାଙ୍କର ଧୀ ଶକ୍ତି, ମେଧା, ସାଧନା ଓ ଦୃଷ ମାନସିକତା ତାଙ୍କୁ ଏହି ସଫଳତା ଆଣିବାରେ ସହାୟତ ହୋଇଛି ବୋଲି ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଦିଗମ୍ବରୀଦେବୀ +୨ ବିଜ୍ଞାନ କଲେଜ ପରିସରରେ ଅନୁଷ୍ଠିତ ଏହି ସଭାରେ ପ୍ରତିଷ୍ଠାତା ଡ. ଅଜିତ୍ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସେ ୨୦୨୨-୨୩ ନିଟ ପରୀକ୍ଷାରେ ୬୩୫ ନମ୍ବର ରଖି ଡାକ୍ତର ପଡିବାରେ ସଫଳତା ପାଇଥିବା କହିଛନ୍ତି । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ କହିଲେ ସାଧନ ସଫଳତାର ଚାବିକାଠି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଇନ୍ଦୁମତି ଗିରି, ଶରତ କୁମାର ପରିଡା, ବଂଶୀଧର ବାରିକ, ପ୍ରଧାନ ଶିକ୍ଷକ ଗୌରୀ ଶଂକର ମହାନ୍ତି, ଅନନ୍ତ ଦାସ, ସରୋଜ ପାଣିଗ୍ରାହୀ, ସୁଶାନ୍ତ ଦାସ, ସୁକୁମାର ମିଶ୍ର, ସୁକୁମାର ରଣା, ଅବନୀ ଚାନ୍ଦ, ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ରାଜେଶ ପ୍ରଧାନଙ୍କର ସଫଳତା ପଥରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ପରିବେଶ ଓ ବାପା ମାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମଧୁଛନ୍ଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post