ବଲାଙ୍ଗୀର ୧୯/୦୬ (ଗଣେଶ ଦାସ) ବଲାଙ୍ଗୀର ସ୍ଥାନୀୟ ସରୋଜିନୀ ରେସିଡେନ୍ସି କଲେଜ ଛକ୍ ଠାରେ ଅନୁଷ୍ଠିତ ତେଜସ୍ବିନୀ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବରେ ସଇଁନ୍ତଳା ବ୍ଲକ୍ ଡେଙ୍ଗ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ରାମ ନାରାୟଣ ଦାଶ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ତେଜସ୍ବିନୀ ସେବା ସମ୍ମାନ ୨୦୨୩’ରେ ସମ୍ମାନୀତ କରାଯାଇଛି। ଅନୁଷ୍ଠାନର ସଭାପତି ବିଶିଷ୍ଟ ଶିକ୍ଷାବିତ ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶକୁ ତେଜସ୍ଵିନୀର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଲିଲି ପଟେଲ ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ବିଶିଷ୍ଟ ସାମ୍ବାଦିକ ମନୋରଞ୍ଜନ ଯୋଶୀ , ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ପ୍ରମୁଖ ବିଶିଷ୍ଟ ଶିକ୍ଷାବିତ ସରସ୍ଵତୀ ନନ୍ଦ ଓ ସମ୍ମାନିତ ଅତିଥି ଭାବେ ନିଷାନ୍ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ଯୋଗଦେଇ ଥିଲେ । ରାମ ନାରାୟଣ ଦାଶ ସୁଵର୍ଣପୁର ଜିଲ୍ଲାର ନିମ୍ନା ଗ୍ରାମର ଦୀନବନ୍ଧୁ ଦାଶ ଓ ସୁରେଖା ଦାଶଙ୍କ ପୁତ୍ର ଅଟନ୍ତି । ଶିକ୍ଷା, କଳା, ସେବା ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ବିଶେଷ ଅନୁରାଗ ରଖୁଥିବା ବ୍ୟକ୍ତି ଭାବରେ ସେ ଜଣାଶୁଣା । ପ୍ରକାଶଥାଉକି ରାମ ନାରାୟଣ ଦାଶ ପୂର୍ବରୁ ଓଡ଼ିଶା ସରକାର ଠାରୁ ସାମଜସେବୀ ଭାବରେ ପୁରସ୍କୃତ ହୋଇଛନ୍ତି ।

Post a Comment