ଜଳେଶ୍ଵର ୧୫/୬, (ଜଗନ୍ନାଥ ଗୋଛାୟତ) ମଜୁରୀ ବାବଦକୁ ବାକି ଟଙ୍କା ନ ଦେବାରୁ ଠିକାଦାରଙ୍କୁ ଭୁଜାଲିରେ ଜଣେ ଯୁବକ ଆକ୍ରମଣ କରିବାରୁ ଠିକାଦାର ଜଣକ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।ଅଭିଯୁକ୍ତ ଯୁବକକୁ ଅଟକ ରଖି ଜଳେଶ୍ବର ପୋଲିସ ଅଧିକ ତଦନ୍ତ କରୁଛି । ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ଚନ୍ଦନ କୁମାର ନାଥ (କଟିବୁଲା) ସେହି ଗ୍ରାମର ସଞ୍ଜୟ କୁମାର ନାଥଙ୍କୁ ଚଣ୍ଡିଖୋଲ ଅଞ୍ଚଳର ରତ୍ନଗିରିକୁ ରେଳ ଲାଇନ୍ କାମ ପାଇଁ ନେଇ ଯାଇଥିଲେ।ସଞ୍ଜୟ ସେଠାରେ ରହି ପ୍ରତ୍ୟେକ ଦିନ ୩୦୦ ଟଙ୍କା ହିସାବରେ ଅନ୍ୟ ଶ୍ରମିକ ମାନଙ୍କ ପାଇଁ ରନ୍ଧା କାମ କରୁଥିଲେ ଓ ମୋଟ ୧୪ ଦିନ କାମ କରି ୪ ହଜାର ୨୦୦ ଟଙ୍କା ମଜୁରୀ ପ୍ରାପ୍ୟ ହୋଇଥିଲେ ମଧ୍ୟ ଚନ୍ଦନ ତାଙ୍କର ମଜୁରୀ ବାବଦକୁ ପ୍ରାପ୍ୟ ଦେଇ ନ ଥିଲେ।ସଞ୍ଜୟର ଟଙ୍କା ଆବଶ୍ୟକତା ଥିବା ବେଳେ ବାରମ୍ବାର ମାଗି ନିରାଶ ହୋଇ ସେଠାରୁ ପଳେଇ ଆସି ଗାଁରେ ରହି ଚନ୍ଦନ ଆସିବା ପଥକୁ ଚାହିଁ ବସିଥାଏ। ଚନ୍ଦନ ଗ୍ରାମକୁ ଆସିବା ପରେ ମଧ୍ୟ ବାରମ୍ବାର ବାକି ଟଙ୍କା ମାଗିଥିଲେ ହେଁ, ଚନ୍ଦନ ଟଙ୍କା ଦେଇ ନ ଥିଲେ।ଆଜି ଚନ୍ଦନ ଗାଁକୁ ଆସି ରାୟାଁ ରାମଚନ୍ଦ୍ରପୁର ଗ୍ରାମରୁ କାମ ଶେଷ କରି ଫେରିବା ସମୟରେ ସାନରାଉତପଡା ଆଦିବାସୀ ସାହି ଠାରେ ଛକି ବସି ଥିବା ସଞ୍ଜୟ ଏକ ଦେଶୀ ଭୁଜାଲିରେ ଚନ୍ଦନକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଭୂଜାଲିଟି ଚନ୍ଦନର ପେଟ, ହାତ ଓ ବେକରେ ବାଜିଥିଲା। ଫଳରେ ଚନ୍ଦନ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ହେବା ସହ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି ସଂଗେ ଚନ୍ଦନକୁ ଉଦ୍ଧାର କରି ପ୍ରଥମେ ଜମାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପରେ ସେଠାରୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣି ଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ସଞ୍ଜୟକୁ ଅଟକ ରଖି ଗ୍ରାମବାସୀ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ।ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭୁଜାଲି ଜବତ କରିବା ସହିତ ସଞ୍ଜୟକୁ ଜିକେ ଭଟ୍ଟର ହସପିଟାଲରେ ଚିକିତ୍ସା କରି ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି।

Post a Comment