ରାଜ୍ୟ ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଙ୍କ ମାତୃ ବିୟୋଗ


ଜଳେଶ୍ବର,୧୫/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଓଲମାରା ପଞ୍ଚାୟତ, ଗୋପାଳ ପୁର ଗାଁର ପ୍ରଦୀପ କୁମାର ସିଂ ଙ୍କ ଧର୍ମପତ୍ନୀ ସ୍ନେହଲତା ସିଂ(୪୪) ଙ୍କ ହୃଦଘାତରେ ପରଲୋକ ହୋଇଛି। ଆଜି ସକାଳେ, ରଜ ଆସର ମଧ୍ୟରେ ହଠାତ୍ ସେ ଛାତିରେ ଜନ୍ତ୍ରଣା ଅନୁଭଵ କରିଥିଲେ। ସଂଗେ ସଂଗେ ତାଙ୍କୁ ନିକଟସ୍ଥ ବଡ଼ ସାହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।,ସେଠାରେ ଡାକ୍ତର ପରୀକ୍ଷା କରି ତାକୁ ମୃତ ଘୋଷଣା କରିଥିଲେ । ତାଙ୍କର ଏକ ମାତ୍ର ପୁତ୍ର ଅଞ୍ଜନ ସିଂ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ଓ ପି ସି ସି ଗଣ ମାଧ୍ୟମର ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି।ସ୍ନେହ ଲତା ଜଣେ ମେଳାପି, ପରୋପକାରୀ ମିଷ୍ଟଭାଷୀ ସ୍ନେହୀ ମହିଳା ଥିଲେ । ସୁବର୍ଣ୍ଣରେଖା ନଦୀ କୂଳ ରାଜନଗର,ସଦରଘାଟ ଠାରେ ଏକମାତ୍ର ପୁତ୍ର ଅଞ୍ଜନ ମୁଖାଗ୍ନୀ ଦେଇଥିଲେ। ତାଙ୍କ ଅକାଳ ବିୟୋଗରେ,ଯୁବ ସମାଜ ସେବୀ ରାସଵିହିରୀ ରଣା, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନଵାସ ଵିଭି, ସାଧାରଣ ସମ୍ପାଦକ ଡ, ସ୍ମୃତି ରଞ୍ଜନ ଲେଙ୍କା,ଅଭିଳାଷ ପତି, କଂଗ୍ରେସ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ଜିଲ୍ଲା ଛାତ୍ର ସଭାପତି ଗୌତମ ସାହୁ, ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ଚେୟାରମେନ ମନୁ ଜେନା, ସୌରଭ ପାୱାର ପିସିସି ସୋସିଆଲ ମିଡ଼ିଆ ଚେୟାରମେନ ଅଭିଷେକ ମହାନନ୍ଦ ଶୋକବାର୍ତା ଦେଇଛନ୍ତି ।

Post a Comment

Previous Post Next Post