ଜଳେଶ୍ବର,୦୨/୬(ଜଗନ୍ନାଥ ଗୋଛାୟତ) ବିଜେପି ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତରଫରୁ ପଶ୍ଚିମବାଡ଼ ମଣ୍ଡଳରେ ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ପ୍ରତାପ ସେନାପତିଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ଯୁବନେତା ଦିବ୍ୟକାମ ମହାନ୍ତି ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯ ବର୍ଷର ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ମେ ୩୦ ଠାରୁ ଜୁନ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ମହା ଜନ ସମ୍ପର୍କ ଅଭିଯାନ ବିଷୟରେ ଆଲୋଚନା କରାଯାଇଥିଲା ଗାଁ ଗାଁ ରେ ମୋଦିଜୀଙ୍କର ବିଭିନ୍ନ କଲ୍ୟାଣ କାରି ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମଲ, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ଜଳେଶ୍ୱର ନଗର ଉପସଭାପତି ଶୀଧେଶ୍ୱର ପଣ୍ଡା,ସାଧାରଣ ସମ୍ପାଦକ ସଂଜୀବ ରାଉତ, ଯତୀନ୍ଦ୍ର ସେନାପତି, ବିଦ୍ୟାଧର ବେହେରା, ରବୀନ୍ଦ୍ର ଦତ୍ତ, ରତ୍ନାକର ଜେନା ହରେନ୍ଦ୍ର ବେହେରା, ନାଥୁରାମ ଅଣ୍ଡିଆ, ସତ୍ୟବାନ ଚାନ୍ଦ, ସତ୍ୟ ବେହେରା ଚନ୍ଦନ ଜେନା, ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ
ସଶକ୍ତ ପଥରେ ଜଳେଶ୍ଵର ଭାରତୀୟ ଜନତା ପାର୍ଟି
ଆଜତକ ଓଡ଼ିଶା
0
Post a Comment