ଜଳେଶ୍ୱର-୨/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକର ଖୁଦିଆମାଝୀସାହି ପଂଚାୟତର ମୁଣତୁଣିଆ ଠାରେ ଥିବା କବି ଦୀନକୃଷ୍ଣ ସ୍ମୃତିପୀଠ ଠାରେ ଗତକାଲି ସନ୍ଧ୍ୟାରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଜିଲ୍ଲା ପତଞ୍ଜଳି ଯୋଗ ସମିତିର ପ୍ରଚାର ମୁଖ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ଯୋଗଦାନ କରି ଯୋଗ ଶିକ୍ଷା ଦେବା ସହ ବିଭିନ୍ନ ରୋଗର ଉପଚାର ନିମନ୍ତେ ପରାମର୍ଶ ଦେଇଥିଲେ. ସମାଜସେବି ପରମାନନ୍ଦ ମହାପାତ୍ର, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ନଗର ସାଂସଦ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ସପନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।ସମାଜସେବୀ ବିପ୍ଳବ ପ୍ରଧାନ, ତପନ ସାହୁ, ଚନ୍ଦନ ପାଳ, ସୁଶାନ୍ତ ଘୋଷ, ତରୁଣ ସାହୁ, ଦୀପକ ସାହୁ, ସନ୍ତୋଷ ସାହୁ ପ୍ରମୁଖ ଉକ୍ତ ଯୋଗ ଶିବିର ଆୟୋଜନ କରିଥିଲେ। ଉକ୍ତ ଯୋଗ ଶିବିରରେ ଖୁଦିଆମାଝିସାହି, ଦକ୍ଷିଣ ପ୍ରହରାଜପୁର, ଓଲମରା, ପ୍ରମୁଖ ପଞ୍ଚାୟତରୁ ୨୦୦ ରୁ ଅଧିକ ବ୍ୟକ୍ତି ଯୋଗଦେଇ ଯୋଗ ଶିକ୍ଷା ଲାଭ କରିଥିଲେ।

Post a Comment