କଣ୍ଟାବାଞ୍ଜି କ୍ରୀଷ୍ଣା ମେଡିକୋରୁ ଲକ୍ଷାଧିକ ଟଙ୍କା ଚୋରୀ ଘଟଣା : ୩ ଜଣଙ୍କୁ ଗିରଫ କଲା ପୋଲିସ : ଦୋକାନର କର୍ମଚାରୀ ମୁଖ୍ୟ ଅଭିଯୁକ୍ତ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ରୋଡ ନମ୍ବର ୪ ରେ ଥିବା କ୍ରୀଷ୍ଣା ମେଡିକୋରୁ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରୀ ଘଟଣାରେ କଣ୍ଟାବାଞ୍ଜି ପୋଲିସକୁ ମିଲିଛି ଏକ ବଡ ସଫଳତା । ଚୋରୀରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଗିରଫ ୩ ଜଣ ହେଲେ ମୁରିବାହାଲ ଥାନା ଲେଡାପଦର ଗାଁର ସୁବୋଧ ସୁନାନି , ବିଗ୍ନ କୂଅର , ହେମନ୍ତ ସେଠ । ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ ୯୨ ହଜାର ୯୦୦ ଟଙ୍କା ଜବତ କରିଛି । ଏନେଇ କଣ୍ଟାବାଞ୍ଜି ପୋଲିସ ଷ୍ଟେଶନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ଏସଡିପିଓ ଦେଇଥିବା ସୂଚନା ଅନୁସାରେ ୧୨ ତାରିଖ କ୍ରୀଷ୍ଣା ମେଡିକୋରେ ଚୋରୀ ହୋଇଥିବା ଦୋକାନୀ ଦୀପକ ଠାକୁର ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୋକାନରେ ଲାଗିଥିବା ସିସି ଟିଭି ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଏକ ଟିମ ତିଆରି କରାଗଲା । ଦୋକାନ ରେ କାମ କରୁଥିବା କର୍ମଚାରୀଙ୍କ ଉପରେ ସନ୍ଦେହ ହେଲା । ଦୋକାନରେ ଆରମ୍ଭରୁ କାମ କରୁଥିବା କର୍ମଚାରୀ ସୁବୋଧ ଫେରାର ଥିବା ବେଳେ ତାକୁ କେସିଙ୍ଗା ରୁ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ବେଲପଡା ଅଞ୍ଚଲରୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ଚୋରୀ କରିଥିବା ପୋଲିସ ପାଖରେ ସ୍ଵୀକାର କରିଥିଲେ । ପୋଲିସ ସେମାନଙ୍କ ପାଖରୁ ଜବତ କରିଥିବା ଟଙ୍କା ଦୋକାନୀକୁ ଫେରାଇଦେଇଛି । ଦୋକାନି ଟଙ୍କା ପାଇବା ପରେ କଣ୍ଟାବାଞ୍ଜି ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ତେବେ ଚୋରକୁ ଗିରଫ କରିବାରେ ଟିମ ଲିଡର ନିଜେ ଥାନା ଅଧିକାରୀ ରଶ୍ମିତା ବେହେରା ଥିବା ବେଳେ ଏସଆଇ ସୁରେନ୍ଦ୍ର ଛତ୍ରିଆ , ଏଏସଆଇ ପରମାନନ୍ଦ ମାଝି , ଏଏସଆଇ ଇଶ୍ଵର ଚନ୍ଦ୍ର ମାଝୀ , କନେଷ୍ଟବଳ ଚନ୍ଦ୍ରଶେଖର ବାଗ , ବିନାୟକ ସାହୁ , ହୋମଗାର୍ଡ଼ ଜିତେନ୍ଦ୍ର ଖୁରା ପ୍ରମୁଖ ଥିଲେ ।

Post a Comment

Previous Post Next Post