ଜଳେଶ୍ଵର ବ୍ଲକ, ୨୧/୬ (ଜଗନ୍ନାଥ ଗୋଛାୟତ) ୫ଟି ସଚିବ ଭି.କେ ପାଣ୍ଡିଆନ ଜଳେଶ୍ଵର ଗସ୍ତକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି। ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶରେ ଯୁବ ନେତା ଦିବ୍ୟକାନ୍ତ ମହାନ୍ତିଙ୍କ ଆହ୍ଵାନ କ୍ରମେ ଆଜି ଅପରାହ୍ନ ୪ ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ମଧୁବନ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ଜଳେଶ୍ଵର ନଗର ଉପ ସଭାପତି ସିଦ୍ଧେଶ୍ୱର ପଣ୍ଡାଙ୍କ ପୌରୋହିତ୍ୱ କରିଥିଲ। ବିଜେଡି ସରକାର ୨୩ ବର୍ଷ ଶାସନ କାଳରେ ଜଳେଶ୍ଵର କୌଣସି ଆଖି ଦୃଶିଆ କାମ ହୋଇ ନାହିଁ। ରାଇବଣିଆ ଆଦିବାସୀ ବହୁଳ ଅଞ୍ଚଳ କୁ କାହିଁକି ବ୍ଲକ ଘୋଷଣା ହୋଇ ନାହିଁ, ସୁବର୍ଣ୍ଣରେଖା ନଦୀରେ ୨୦୦୮ ବନ୍ୟା ମନରୁ ଲିଭି ନାହିଁ, ତାହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ରାଜଘାଟ ଠାରୁ ଗୋବରଘାଟା ପର୍ଯ୍ୟନ୍ତ ନଦୀ ବନ୍ଧ ଠିକ୍ କରାଯାଉ ନାହିଁ। ଏବେ ଦୁର୍ବଳ ନଦୀ ବନ୍ଧ ରେ ଯଦି ବନ୍ୟା ଆସେ, ତେବେ ଜଳେଶ୍ଵର ସହର ସମ୍ପୂର୍ଣ୍ଣ ଧୂଳିସାତ ହୋଇଯିବ, ଜଳେଶ୍ଵର ବିଧାୟକ ଏବେର ମନ୍ତ୍ରୀ ଅଛନ୍ତି, ଏ ବାବଦରେ କୌଣସି ପଦକ୍ଷେପ ନ ନେବା ଦୁଃଖର ବିଷୟ। ମନ୍ତ୍ରୀ ଜଳେଶ୍ଵରର ବିଭିନ୍ନ ସମସ୍ୟା ବାବଦରେ ଜନସାଧାରଣରେ ଆଲୋଚନା କରୁ ନାହାନ୍ତି କିମ୍ବା ତାର ପ୍ରତିକାର ମଧ୍ୟ ହେଉନାହିଁ। ରେଳ ଉଡନ୍ତା ପୋଲ ବଙ୍କା ଢେଙ୍କା ହେବା କାହା ସ୍ୱାର୍ଥରେ ଓ ଏହା ବହୁ ବିଳମ୍ବରେ କାର୍ଯ୍ୟ ହେଉଛି, ଏ ବାବଦରେ ମନ୍ତ୍ରୀ ଅଶ୍ଵିନୀ ପାତ୍ର କଣ ପଦକ୍ଷେପ ନେଇଛନ୍ତି ? ପଶ୍ଚିମବଙ୍ଗ ର ପାଣି ମାଡ଼ି ଆସିବାରୁ ଜଳେଶ୍ଵର ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହିତ ଚାଷ ମଧ୍ୟ ନଷ୍ଟ ହୋଇଯାଏ।କାହାର ଘର ବୁଡ଼ି ଯାଏ ତ କାହାର ମାଛ ପୋଖରୀରେ ପାଣି ପଶି ମାଛ ବାହାରି ଯାଏ, ଏବାବଦରେ କି ପଦକ୍ଷେପ ନିଆ ଯାଇଛି, ଜଳ ନିଷ୍କାସନ ହେବା ପାଇଁ ମନ୍ତ୍ରୀ କଣ କରିଛନ୍ତି। ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ବନ୍ଦ ହେବାରୁ ଗରିବ ଲୋକ ପାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନିର୍ମାଣ କରିବା ପାଇଁ ବାଧକ ସାଜିଛି, ଏ ବାବଦରେ ସିଙ୍ଗଲ ଟେଣ୍ଡର ଦିଆ ଯାଇ ଗରିବ ଲୋକଙ୍କୁ ବାଲି ଯୋଗାଇବା ବ୍ୟବସ୍ଥା ମନ୍ତ୍ରୀ କରିବେ କି ? ଜଳେଶ୍ଵର ପଶ୍ଚିମବାର୍ଡ ରାସ୍ତା ମନ୍ଥର ଗତିରେ ହେଉଥିବା ବେଳେ ତାହା ନିମ୍ନ ମାନର ହେଉଛି ଏବଂ ଲୋକଙ୍କ ଯିବା ଆସିବା ଅହେତୁକ ବିଳମ୍ବ ହେଉଛି। ୫ ସଚିବ ଜଳେଶ୍ଵର ଗସ୍ତରେ ଆସିଥିବା ବେଳେ ଖୁଦ୍ ମନ୍ତ୍ରୀ ପ୍ରତାପ ଦେବ ଓ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର ଦଳୀୟ ନେତୃତ୍ବ ଡାକି ସ୍ଥାନ ନିରୂପଣ କରିବା ଏକ ନିନ୍ଦନୀୟ ଘଟଣା ଓ ଏହା ଗଣତନ୍ତ୍ର ର ବିରୋଧ ଅଟେ। ୫ଟି ବିଦ୍ୟାଳୟ ନିର୍ମାଣରେ ପ୍ରବଳ ଘୋଟାଲା ହୋଇଛି, ଆଗାମୀ ଦିନରେ ଓଡ଼ିଶାରେ ଏକ ବିସ୍ଫୋରକ ଘଟଣା ହେବ, ଏହା ନିସନ୍ଦେହ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ୧୦ ନମ୍ବର ମଣ୍ଡଳ ସଭାପତି ମନୋଜ କୁମାର ସାସମଲ, ମଣ୍ଡଳ ସଭାପତି ପ୍ରଣବ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ରାଉତ, ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ସେନାପତି, ପାଉଁଶକୁଲି ମଣ୍ଡଳ ସାଧାରଣ ସମ୍ପାଦକ ଜ୍ୟୋତିର୍ମୟ ନନ୍ଦ ପ୍ରମୁଖ ବିଜେପି ନେତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Post a Comment