ବନବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର


ଜଳେଶ୍ବର, ୧୨/୬ (ଜଗନ୍ନାଥ ଗୋଛାୟତ): ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆରୋଗ୍ୟ ପାଇଁ ଓ ବନବିହାରୀ ଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବନବିହାରୀ ଲାଲ ଗୁପ୍ତାଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍କୁଲର ପୁରାତନ ଛାତ୍ର, ଜିଲ୍ଲା ରକ୍ତଦାତା ସଂଘ ଓ ସମ୍ବାଦ- ଆମଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ନାୟକ ଓ ଛାତ୍ର ସଂସଦର ସତ୍ୟଜିତ ଦେ, ଅଜୟ କୁମାର ଜେନା ଓ ଶିବ ପ୍ରସାଦ ଲେଙ୍କା ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ସେନାପତି, ଶଶୀକାନ୍ତ ଗୁପ୍ତା। ଓ ବିନୟ ଗୁପ୍ତା ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମ୍ମାନିତ ଅତିଥି ଭାବେ ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ମହେଶ କୁମାର ବିଶ୍ବାଳ, ଜିଲ୍ଲା ରକ୍ତଦାତା ସଂଘର ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଶିକ୍ଷକ ପିତାମ୍ବର ନାୟକ, ସୁବାଷ ଚନ୍ଦ୍ର ନାୟକ, ହରିହର ସେନାପତି, ବାଦଲ ସିଂ, ଶିବ ସିଂ, ଶୁଭମ ମହାପାତ୍ର ଓ ସଞ୍ଜୟ କୁମାର ସିଂହ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୁନିଲ କୁମାର ସେନାପତି, ଜୟ କୃଷ୍ଣ ସେନାପତି, ଗୋପାଳ କୃଷ୍ଣ ମହାପାତ୍ର, ଜନ୍ମେଜୟ ପରିଡ଼ା, ଶଶୀକାନ୍ତ ବେହେରା, ବସ୍ତା-୧ ସମ୍ବାଦ ପ୍ରତିନିଧି ରବିନାରାୟଣ ଶତପଥୀ, କୁଳିଦା ପ୍ରତିନିଧି ରଞ୍ଜନ ବେହେରା, ରାଜଘାଟ ପ୍ରତିନିଧି ବଂଶୀଧର ସାହୁ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post