ସୁନ୍ଦରପୁର ରଜ ମୋହଉତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର


ଜଳେଶ୍ଵର,୧୨/୬,(ଜଗନ୍ନାଥ ଗୋଛାୟତ) ଖଇରା ବ୍ଲକ ସୁନ୍ଦରପୁରରେ ଠାରେ ବ୍ଲକ ସ୍ଥରୀୟ ରଜ ମୋହଉତ୍ସବ ସାତ ଦିନ ଧରି ଅନୁଷ୍ଠିତ ହେବ। ଉଦଘାଟନି ଉତ୍ସବରେ କମିଟି ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ନିଳ ସୁନ୍ଦର ଜୀଉ ଉଚ୍ଚ ବିଦ୍ୟାଳୟ ପରିସରେ ମା ତାରିଣୀ ୟୁଥ କ୍କ୍ଲବ ଓ ସମ୍ବାଦ - ଆମଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରର ସଭାପତି ପ୍ରଫେସର ସୁରେନ୍ଦ୍ର ରାଉତ ଓ ଅଵସର ପ୍ରାପ୍ତ କିରାଣୀ ପିତାମ୍ବର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ତହସିଲଦାର ପ୍ରଶାନ୍ତ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିବା ସହ ବର୍ତ୍ତମାନ ସମୟରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ଭୂୟସୀ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଭାବେ ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ତାରାକାନ୍ତ ନନ୍ଦ, କମିଟିର ଉପ ସଭାପତି ପ୍ରଭାତ କୁମାର ନାୟକ, ସମ୍ପାଦକ ବସନ୍ତ କୁମାର ପାଢୀ, ସହସମ୍ପାଦକ ବାଲ୍ମୀକି ନାୟକ ଓ ସମାଜସେବୀ ଧନଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୫୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପଦେଷ୍ଟା ନରହରୀ ନାୟକ, ରଜ ମୋହଉତ୍ସବ କମିଟିର ସଭାପତି ହରେକୃଷ୍ଣ ରାଉତ, ଦେବେନ୍ଦ୍ର ନାୟକ, ଲକ୍ଷ୍ମୀଧର ରାଉଳ, ବାବାଜୀ ଚରଣ ପଣ୍ଡା, ଜୟନ୍ତ କୁମାର ବେହେରା, ଚନ୍ଦ୍ରକାନ୍ତ କହଁର, ଦେବେନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ସାହୁ, ଅଲେଖ ଚନ୍ଦ୍ର ବେହେରା, ସୌଭାଗ୍ୟ ସାହୁ, ମୁକୁନ୍ଦ ଜେନା, ଶିକ୍ଷୟତ୍ରୀ ସୁରଭି ନାୟକ, ଲକ୍ଷ୍ମୀଧର ବାରିକ, ଖଇରା ସମ୍ବାଦ ପ୍ରତିନିଧି ଦେବବ୍ରତ ଦାସ ଶିବିରକୁ ପରିଚାଳନା କରିଥିଲେ। ଖଇରା ଆରୋଗ୍ୟ ମେଡ଼ିସିନ ଷ୍ଟୋରର ପ୍ରତିଷ୍ଠାତା ବିଶ୍ୱ କଲ୍ୟାଣ ନାୟକ ରକ୍ତଦାତାଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post