ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଜଳେଶ୍ଵର ପୌର ପରିଷଦ ୱାର୍ଡ ନମ୍ବର ୧୧ରେ ଭତ୍ତାଧାରୀଙ୍କୁ ଘୋଳ ଦହି ବଣ୍ଟନ


ଜଳେଶ୍ଵର ୧୩/୬ (ଜଗନ୍ନାଥ ଗୋଛାୟତ) ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଜଳେଶ୍ଵର ପୌର ପରିଷଦ ୧୧ନମ୍ବର ୱାର୍ଡରେ ଭତ୍ତା ନେବାକୁ ଆସିଥିବା ଭତ୍ତାଧାରୀ ମାନଙ୍କୁ ଘୋଳ ଦହି ବଣ୍ଟନ କରା ଯାଇଛି। ନଗରପାଳ ଶ୍ରୀଯୁକ୍ତ ପ୍ରତିପ କୁମାର ପ୍ରଧାନଙ୍କ ଆଦର୍ଶ ଓ ତାଙ୍କର ପ୍ରେରଣାରେ ଯୁବ ସମାଜସେବୀ ଆନନ୍ଦ କର ଆଜି ପୂର୍ବାହ୍ନରେ ଜଳେଶ୍ଵର ପୌରାଞ୍ଚଳ ୧୧ ନମ୍ବର ୱାର୍ଡ଼କୁ ସରକାରୀ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀ ମାନଙ୍କୁ ଅତିରିକ୍ତ ଗରମ ହୋଇ ଥିବାରୁ ସେମାନଙ୍କୁ ଘୋଳ ଦହି ବଣ୍ଟନ କରିଥିଲେ। ଶ୍ରୀ କର ଗତ କରୋନା ସମୟରେ ଗରିବ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେଇ ବେଶ ପ୍ରଶଂସାର ପାତ୍ର ହୋଇ ପାରିଥିଲେ। ଆଜି ପ୍ରବଳ ଗରମରେ ଘୋଳ ଦହି ବଣ୍ଟନ କରିଥିବାରୁ ସ୍ଥାନୀୟ ଜନ ସାଧାରଣ ଉକ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Post a Comment

Previous Post Next Post