ଜଳେଶ୍ବର,୨୧/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସହରର ନହଞ୍ଜରାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ଉଦ୍ୟାନ ପରିସରରେ ଜଳେଶ୍ୱର ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ଶିବିରର ଅନୁଷ୍ଠିତ ହୋଇଯାଇଛି । ଯୋଗ ମହୋତ୍ସବ ସମିତି ଜଳେଶ୍ୱରର ସଭାପତି ତଥା ଯୋଗ ଗୁରୁମା ଇନ୍ଦୁମତୀ ଗିରି, ଯୋଗ ମହୋତ୍ସବ ସମିତି ସମ୍ପାଦକ ତଥା ସାଂସଦ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ, ନାରୀନେତ୍ରୀ ସାବିତ୍ରୀ ଜେନା, ପୂର୍ବତନ କାଉନସିଲର ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ହୋଇ ଯୋଗ ଶିକ୍ଷା ଦେଇଥିଲେ । ବିଶ୍ୱ ଯୋଗ ଗୁରୁଭାବେ ଅର୍ଥାତ ଭାରତ ବର୍ଷର ନେତୃତ୍ୱରେ ପୃଥିବୀର ୧୪୦ଟି ଦେଶରେ ଆଜିର ଦିନରେ ଯୋଗ ଶିବିରର ଅନୁଷ୍ଠିତ ହେଉଅଛି । ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ବୋଲି ବକ୍ତାମାନେ ଅଭିଭାଷଣରେ ରଖିଥିଲେ । ବାବା ନିଖିଳେଶ୍ୱର ସ୍ଵୟଂ ସହାୟକ ମହାସଂଘର ସଭାପତି ରଶ୍ମିତା ପରିଡ଼ା ଓ ସମ୍ପାଦକ ମୌସୁମୀ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୪ଗୋଟି ମହିଳା ଗ୍ରୁପ ଗୋପାଳ ଜୀୟୁ, ସାଇକୃପା, ବିନାୟକ,ଦେବୀ କୃପା, ମା ଭଗବତୀ, ମାତୃ ଶକ୍ତି, ନୀଳଚକ୍ର,ରାଧାରାଣୀ, ରାଧା କୃଷ୍ଣ,ମା ବିଜୟିନୀ, ମା ମଙ୍ଗଳା, ମା ବାସୁଳି, ସତ୍ୟ ସାଇ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ଉପସ୍ଥିତ ରହି ଯୋଗ କରିଥିଲେ । ଉକ୍ତ ଶିବିରକୁ ଆୟୋଜନ ପାଇଁ କାଉନସିଲର ଉମା ହେମ୍ବ୍ରମ,ଦୁର୍ଗାଶଙ୍କର ଭୂୟାଁ, ସପନ ବ୍ରହ୍ମ, ସୁଧୀର ପରିଡ଼ା,ସ୍ବସ୍ତି କୃପା ଏଫପିଓର ସଭାପତି ରମାକାନ୍ତ ସି, ବିଶ୍ୱଜିତ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Post a Comment