କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଟୁଅନକା ଲାୟନ୍ସ ପବ୍ଲିକ ସ୍କୁଲ ହଷ୍ଟେଲ ପାଖରେ ଥିବା ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝି ତାଙ୍କ ଜମି ଏହି ଭବନ ପାଇ ଦାନ କରିଛନ୍ତି । ଏହି ଅବସରରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇ ଭୂମି ପୂଜନ କରାଯାଇଥିଲା । ଭୂମିଦାତା ଏବଂ ତାଙ୍କ ଧର୍ମପତ୍ନୀ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ମାଝୀ , ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , ସମ୍ପାଦକ ଯୁଗଲ କିଶୋର ଶବର , କୋଷାଧକ୍ଷ ହନି ସିଂ , କାର୍ଯ୍ୟକାରି ସଭାପତି ସୁରଦାସ ବାଗ , ଉପସଭାପତି ମନୋଜ ଶର୍ମା , ସାଙ୍ଗଠନିକ ସମ୍ପାଦକ ରୋହନ ମହତ , ଉପଦେଷ୍ଟା ଆଶିଷ ଖେତାନ , ଆନନ୍ଦ ମୋଟେ , କାର୍ଯ୍ୟକାରି ସଦସ୍ୟ ଦୀପକ ଯାଦବ , ଗଣେଶ ଦାସ , ବିକାଶ ମିତ୍ତଲ , କମଳ ଅଗ୍ରୱାଲ , ଅମିତ ଶର୍ମା , ଦେବେଶ ଶିଂଗଲ , ସ୍ଵେଚ୍ଚାସେବୀ ଯୋଗେଶ ପନିକା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜି ପ୍ରେସ କ୍ଲବ ସବୁ ସମୟରେ ଜନହିତ କାର୍ଯ୍ୟ କରି ଆସିଛି । ଗ୍ରାମାଞ୍ଚଳ ରୁ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର , ରକ୍ତଦାନ ଶିବିର , କେନ୍ସର ରୋଗ ଚିହ୍ନଟ ଶିବିର , କୋଭିଡ ସମୟରେ ରୋଗୀ ମାନଙ୍କୁ ମାଗଣା ଅକ୍ସିଜେନ ସେବା ଭଳି ଅନେକ କାମ ନିଜ ହାତକୁ ନେଇଛି । ଆଜି ପ୍ରେସ କ୍ଳବର ନିଜସ୍ୱ ଭବନ ତିଆରି ନିମନ୍ତେ ଭୂମି ପୂଜନ ପରେ ଅନେକ ସଂଗଠନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

Previous Post Next Post