ଜଳେଶ୍ୱର,୧୩/୬ (ଜଗନ୍ନାଥ ଗୋଛାୟତ) ଜାଳେଶ୍ୱର ବ୍ଲକ ଅଧିନସ୍ତ ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ମାଧବ ଚନ୍ଦ୍ର ଶିବନାରାୟନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ ବରିଷ୍ଠ ପୁରାତନ ଛାତ୍ର ଗୌରହରି ଯେନାଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଚଳିତ ବର୍ଷ ଡିସେମ୍ବର ମାସ ୨୯/୩୦/୩୧ ତାରିଖରେ ଉକ୍ତ ସମାରୋହ କରିବାର ନିଷ୍ପତି ନିଆଯାଇଛି।ଏଥି ସହିତ ୧୯୬୪ ମସିହା ଠାରୁ ଅଦ୍ୟାବଧି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରାଯାଇ ଆସନ୍ତା ଜୁଲାଇ ମାସ ୨ ତାରିଖରେ ଏକ ପରିବର୍ଦ୍ଧିତ ପ୍ରସ୍ତୁତି ବୈଠକ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରାଯିବାର ସିଦ୍ଧାନ୍ତ ନିଆଯାଇଛି।ଉକ୍ତ ବୈଠକରେ ଉପସ୍ଥିତ ଡାକ୍ତର ଜନ୍ମଜୟ ଯେନା,ଆଶିଷ କୁମାର ପତି,ହାଡିବନ୍ଧୁ ଯେନା,ଭାଗବତ ଚନ୍ଦ୍ର ମହାନ୍ତି,କାର୍ତ୍ତିକ ଚନ୍ଦ୍ର ପରିଡା,ମିହିର କୁମାର ପ୍ରଧାନ,ବିନୋଦ ବିହାରୀ ମହାପାତ୍ର , ରବୀନ୍ଦ୍ରନାଥ ଯେନା , ଅଜୟ କୁମାର ପ୍ରଧାନ ,ଚିତ୍ତରଞ୍ଜନ ପ୍ରାମାଣିକ , ବୀୟତକେଶ ପ୍ରଧାନ,ଲାଲାଟେନ୍ଦୁ ପାତ୍ର,ପବିତ୍ର ଦାସ,ଗୋବିନ୍ଦ ପ୍ରାମାଣିକ,ପ୍ରସନ୍ନ କୁମାର ପରିଡା,ଧୀରେନ୍ଦ୍ର ନାରାୟଣ ଦେ,ଅନୁପ କୁମାର ପରିଡା ପ୍ରମୁଖ ପୁରାତନ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜର ମତାମତ ଦେବା ସହ ଆସନ୍ତା ୨ ତାରିଖରେ ଅନ୍ୟ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବାକୁ ବିନମ୍ର ନିବେଦନ କରିଥିଲେ।ଶେଷରେ ଅସିତ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment