ଖପ୍ରାଖୋଲ ଅଞ୍ଚଳରେ ନକଲି ବଙ୍ଗାଳି ଡାକ୍ତର ଗିରଫ


ଖପ୍ରାଖୋଲ ୨୪/୬ (ଗଣେଶ ଦାସ) ଲୋକଙ୍କ ଜୀବନ ପ୍ରତି ଖେଳ ଖେଳୁଥିବା ବିନା ଲାଇସେନସଧାରୀ ନକଲି ଡାକ୍ତର ବର୍ତ୍ତମାନ ଖପ୍ରାଖୋଲ ପୋଲିସର ପଞ୍ଜାରେ । ସୂଚନାନୁଯାୟୀ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ଏବଂ ନାନ୍ଦୁପଲା ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଖପ୍ରାଖୋଲ ପୁଲିସ ଦୁଇ ଜଣ ନକଲି ବଙ୍ଗାଳି ଡାକ୍ତରକୁ ଗିରଫ କରିଛି । ଗିରଫ ନକଲି ଡାକ୍ତର ହେଲେ ଉତ୍ତର ୨୪ ପରଗନା (ପଶ୍ଚିମ ବଙ୍ଗ )ଗୋପାଲନଗର ଥାନା ବ୍ୟାସପୁର ଗ୍ରାମର ସୁପ୍ରକାଶ ରାୟ,ଏବଂ ଅନ୍ୟ ଜଣେ ଉତ୍ତର ୨୪ ପରଗନା ଜିଲ୍ଲା(ପଶ୍ଚିମବଙ୍ଗ )ଗୋପାଲନଗର ଥାନା ଶୁଳକା ଦୁର୍ଗାପୁର ଗ୍ରାମର ପବିତ୍ର ବିଶ୍ୱାସ। ଖପ୍ରାଖୋଲ ଥାନା ଝାଙ୍କରପାଲି ଏବଂ ନାନ୍ଦୁପଲା ଗ୍ରାମରେ ବେଆଇନ କ୍ଲିନିକ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଦୁଇ ଜାଗାରୁ ଦୁଇ ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିଲେ । ଯାଞ୍ଚ ସମୟରେ ଡାକ୍ତର ବୋଲାଉ ଥିବା ସୁପ୍ରକାଶ କୌଣସି ଆବଶ୍ୟକ ଠିକ କାଗଜ ପତ୍ର ଦେଖାଇ ପାରିନଥିଲେ । ଅନ୍ୟ ଜଣକ ପବିତ୍ର ବିଶ୍ୱାସ କାଗଜପତ୍ର ଦେଖାଇଥିଲେ ମଧ୍ୟ ତାଙ୍କ କାଗଜପତ୍ର ଅରିଜିନାଲ ନ ଥିଲା । ଜଣକ ଶିକ୍ଷା ଯୋଗ୍ୟତା ନ ଥିବା ବେଳେ ଅନ୍ୟ ଜଣକ ମାଟ୍ରିକ ପାସ ବୋଲି ଜଣା ପଡିଛି । ଗିରଫ ପବିତ୍ର କୋଲକାତାର ଏକ ଅନୁଷ୍ଠାନରୁ ନକଲି ସାର୍ଟିଫିକେଟ ଆଣି ନାନ୍ଦୁପଲା (ହରିଶଙ୍କର ) ଅଞ୍ଚଳରେ ଚିକିତ୍ସା କରୁଥିବା ଜଣା ପଡିଛି । ଏନେଇ ଖପ୍ରାଖୋଲ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କେଶ ନଂ ୧୦୫/୨୩ ରେ ଏକ ମାମଲା ରୁଜୁ କରି ବିଚାରବିଭାଗୀୟ ହାଜତକୁ ପଠାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment

Previous Post Next Post