ମଧୁବାବୁ ପେନସନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ


ଭବାନୀପାଟଣା ୨୪/୦୬ (ଶ୍ୟାମସୁନ୍ଦର ମାଝୀ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶନିବାର ଗୋଲାମୁଣ୍ଡା ବ୍ଲକର ୯ଟି ପଞ୍ଚାୟତରେ ୪୮୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବୃନ୍ଦାବହାଲ ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାବେ ପୂର୍ବ ତନଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଅଧ୍ୟାକ୍ଷ ବିନ୍ଦୁ ମହାନନ୍ଦ, ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ବୃନ୍ଦାବହାଲ ପଞ୍ଚାୟତ ସରପଞ୍ଚ ଇଂ ଦୀନେଶ କୁମାର ରାଉତ, ଜୋନଂ-୧ ଜିଲ୍ଲାପରିଷଦ ହେମାଙ୍ଗୀନ ରାଉତ, ସମିତି ସଭ୍ୟ ଗୋରେଖ ବିଶି ପ୍ରମୁଖଙ୍କ ଉପସ୍ଥିତିରେ ବୃନ୍ଦାବାହାଲ ପଞ୍ଚାୟତରେ ୮୧ ଜଣ ହିତାଧିକାରୀଙ୍କୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା ଭତ୍ତା ପ୍ରମାଣପତ୍ର ସହ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସେହିପରି ଗଣ୍ଡାମେହେର ପଞ୍ଚାୟତ ଠାରେ ୪୯ ଜଣ, ଗୋଲାମୁଣ୍ଡା ପଞ୍ଚାୟତରେ ୬୩ ଜଣ , ନକଟିକାନି ପଞ୍ଚାୟତରେ ୫୨ ଜଣ , ଖଲିଆକାନି ପଞ୍ଚାୟତରେ ୨୮ ଜଣ, ମାଂଝରି ପଞ୍ଚାୟତରେ ୫୦ ଜଣ, ଉଦେଶ୍ରୁଙ୍ଗ ପଞ୍ଚାୟତରେ ୩୯ ଜଣ, ଚପରିଆ ପଞ୍ଚାୟତରେ ୯୦ ଜଣ,ଚିଚିଆ ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରାଯାଇଥିଲା ।

Post a Comment

Previous Post Next Post