ବଲାଙ୍ଗିର (ଗଣେଶ ଦାସ ) ବଲାଙ୍ଗିର ଜିଲ୍ଲା ପଟଣାଗଡ଼ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୁତମୁଣ୍ଡାରେ ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳମଣି ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ଘନଶ୍ୟାମ ମେହେର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପରିବେଶକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରିବେଶକୁ ସୁଧାରିବାକୁ ଯାଇ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି କିପରି ଯୋଗଦାନ କରିବା ସହିତ ପଲିଥିନ ମୁକ୍ତ ପରିବେଶ କରାଯାଇ ପାରିବ ସେ ଉପରେ ଅତିଥିଗଣ ମତବ୍ୟକ୍ତ କରି ଥିଲେ । ସଭା ପ୍ରାରମ୍ଭରେ ବାଲେଶ୍ବର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରେମ ରାଜ ସେଠ ତଥା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Post a Comment