ଡେଙ୍ଗ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ


ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡ଼କ୍ରସ ୟୁନିଟ ମିଲିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚଣ୍ଡାଳ ମିଶ୍ର ଅଧ୍ୟକ୍ଷତା ଓ ପ୍ରକୃତି ବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଘୁନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଭାକର ଛନ୍ଦ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ପରିବେଶକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପରିବେଶକୁ ସୁଧାରିବାକୁ ଯାଇ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି କିପରି ଯୋଗଦାନ କରିବା ସହିତ ପଲିଥିନ ମୁକ୍ତ ପରିବେଶ କରାଯାଇ ପାରିବ ସେ ଉପରେ ଅତିଥିଗଣ ମତବ୍ୟକ୍ତ କରି ଥିଲେ । ସଭା ପ୍ରାରମ୍ଭରେ ବାଲେଶ୍ବର ଜିଲ୍ଲା ବାହାନାଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ, ବୀର ସାହୁ, ଚନ୍ଦ୍ର ସେଟ, ଲବ ବେହେରା , ଛାତ୍ର ପ୍ରଦ୍ୟୁମ୍ନ ମାଝୀ, ଅଶୋକ ଭୋଇ, କିରଣ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post