ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅନ୍ତର୍ଗତ କଲୋନୀ କ୍ଲଷ୍ଟରର ଜି-୨୦ ଅନ୍ତର୍ଗତ ଏଜୁକେସନ୍ ଓ୍ଵାର୍କିଂ ଗ୍ରୁପ୍ ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗ ଠାରେ ସି.ଆର୍.ସି.ସି. ଚିନ୍ତାମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମହାମାରୀ କରୋନା ପ୍ରଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭାଷା ଓ ସଂଖ୍ୟାଜ୍ଞାନ ଉପରେ କେତେକ କ୍ଷେତ୍ରରେ ସାଧାରଣ ଦକ୍ଷତା ହାସଲ କରିପାରିନାହାଁନ୍ତି । ତେଣୁ ସେମାନଙ୍କୁ ୨୦୨୬-୨୭ ସୁଦ୍ଧା ମୁଖ୍ୟସ୍ରୋତରେ ସାମିଲ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରାଯାଇଥିଲା । ସି.ଆର୍.ସି.ସି. ଶ୍ରୀ ସାହୁ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷକ ଲିଙ୍ଗରାଜ ନନ୍ଦ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ବୈକୁଣ୍ଠ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା, ୱାଡ଼ ମେମ୍ବର ଲକ୍ଷ୍ମୀ ଦୀପ, ଶିକ୍ଷୟତ୍ରୀ ବେଦମତି ବୈଇକାର , ଜୟନ୍ତୀ ବଗାର, କାନ୍ତି ଭୋଇ, ଯଶୋବନ୍ତି ସୁନା, ଶିକ୍ଷକ ଦୀପକ ସେନ ଧରୁଆ, ସୁଦର୍ଶନ ଦାଶ, ରାମ ନାରାୟଣ ଦାଶ ତଥା ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Post a Comment