ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟାଳୟ ଉତଘାଟିତ


ନୂଆପଡା (ପ୍ରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଖର୍ସେଲ ଗ୍ରାମ ପରିସରରେ ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟାଳୟ ମୁଖ୍ୟ ଅତିଥି ମାନ୍ୟବର ଖଡିଆଳ ବିଧାୟକ ଶ୍ରୀଯୁକ୍ତ-ଅଧିରାଜ ମୋହନ ପାଣିଗ୍ରା ହିଙ୍କ କରକମଲରେ ଉତଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସଭା ରେ ଶ୍ରୀଯୁକ୍ତ-ଗଗନ ବିହାରୀ ସାହୁ ସଭାପତିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି, ବିଶିଷ୍ଟ ଅଥିତି ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲମ୍ବୁଧର ନିଆଲ , ମୁଖ୍ୟ ବକ୍ତା ଜିଲ୍ଲା ସଭାପତି ଶ୍ରଯୁକ୍ତ-ସୁବ୍ରତ କୁମାର ଠାକୁର ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନିୟ ସରପଞ୍ଚ ଶ୍ରୀଯୁକ୍ତ-ବିରେନ୍ଦ୍ର କୁମାର ଖମାରି, ସମିତି ସଭ୍ୟା ଶ୍ରୀମତୀ-ମିରୁପମା ମଙ୍ଗରାଜ,ନିଲଜୀ ପାସ୍କ କାର୍ଯ୍ୟନିର୍ବାହି ଅଧିକାରୀ, ବଲ୍ ଦେବ ସା,ଫରରାମ ସା,ଶିକ୍ଷାବି ସତ୍ୟବ୍ରତ ଗହୀର, ଲଛମନ୍ ବଞ୍ଜରା ଓ ଓମଙ୍କାର ମାଝୀ ଯୋଗ ଦେଇଥିଲେ । ବିକ୍ରମ ମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବି ସତ୍ୟବ୍ରତ ଗହୀର ମଞ୍ଚପରିଚାଲନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପାସ୍କସଭାପତି ଗଗନ ବିହାରୀ ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ-ସୋମ୍ୟରଞ୍ଜନ ଗହୀରଙ୍କୁ ସମାର୍ଧିତ କରିଥିଲେ । ସଭାସେସରେ କୁମ୍ଭ ବାଗ ଅତିଥି ମାନଙ୍କୁ ଧନ୍ୟଵାଦ ଦେଇଥିଲେ ।

Post a Comment

Previous Post Next Post