ଭବାନୀପାଟଣା ୦୨/୬ (ଶ୍ୟାମସୁନ୍ଦର ମାଝୀ) ଗତ ରାତିରେ କେସିଙ୍ଗା ସହର ଜଗନ୍ନାଥ ପଡ଼ାରେ ରହୁଥିବା ଉଦ୍ୟୋଗପତି ସୁବାଷ ଅଗ୍ରୱାଲଙ୍କ ଘରୁ ପରିବାର ଲୋକଙ୍କୁ ବାନ୍ଧି ମାରଣାସ୍ତ୍ର ଦେଖାଇ ମୁଖାପିନ୍ଧା ଡକାୟତ ମାନେ ଛଅ ଲକ୍ଷ ରୁ ଅଧିକ ନଗଦ ରାଶି ଓ ବହୁ ସୁନା ଗହଣା ଲୁଟି ନେଇଥିଲେ । ଏହି ଘଟଣା କୁ ୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଡକାୟତ ଙ୍କ ଟେର ପାଇ ପାରିନାହିଁ । ଫଳରେ ପୋଲିସ ର କାର୍ଯ୍ୟ ଦକ୍ଷତା ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁଲିସ ଉପରେ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସେହି ପରି କେସିଙ୍ଗା ଅମ୍ବାଜି ମନ୍ଦିର ରୁ ମା ଙ୍କ ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣା କୁ ମାସେ ବିତି ଯାଇଥିଲେ ମଧ୍ୟ ପୋଲିସ ଚୋର ମାନଙ୍କୁ ଧରି ପାରିନାହିଁ । ବିଶେଷ କରି କେସିଙ୍ଗା ସହରରେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରୁ ଲୋକ ଆସି କାମ କରୁଥିବା ବେଳେ ସେମାନଙ୍କ ତଥ୍ୟ ପୋଲିସ ପାଖରେ ନ ଥିବାରୁ କିଛି ବର୍ଷ ହେବ ଅସାମାଜିକ କାର୍ଯ୍ୟ କଳାପ ବଢୁଥିବା ଲୋକେ କହିଛନ୍ତି । ତେବେ ତୁରନ୍ତ ପୋଲିସ ପ୍ରଶାସନ ଠୋସ ପଦକ୍ଷେପ ନେଇ ଉଭୟ ଘଟଣାର ପର୍ଦାଫାଶ କରିବାକୁ ଅଞ୍ଚଳବାସି ପକ୍ଷରୁ ଦାବୀ ହୋଇଛି ।

Post a Comment