ସରକାରଙ୍କ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ବେରୋଜଗାରୀ ଙ୍କୁ ଟେଲରିଙ୍ଗ ତାଲିମ ଦେଇ ନିଶ୍ଚିତ ନିଯୁକ୍ତି। ଜଳେଶ୍ଵର ଇଣ୍ଡାକଟସ୍ ସଂସ୍ଥା ପକ୍ଷରୁ କାଉନସେଲିଂ


ଜଳେଶ୍ଵର ୨/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ଇଣ୍ଡାକଟସ୍ (ସମନ୍ୱିତ ପରାମର୍ଶ ଓ ଆଉଟସୋର୍ସିଂ) ପକ୍ଷରୁ ସରକାରଙ୍କ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ବେରୋଜଗାରୀ ମାନଙ୍କୁ ରୋଜଗାର ଦେଇ ନିଜକୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମାଗଣାରେ ବିଭିନ୍ନ ପ୍ରକାର ତାଲିମ ଦେଇ ରାଜ୍ୟ ତଥା ରାଜ୍ୟ ବାହାରେ ୧୦୦% ନିଯୁକ୍ତି ପ୍ରଦାନ କରା ଯାଉଅଛି।ଏହି ଅବସରରେ କୋଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ଜିପିଏଲଏଫ୍ କାର୍ଯ୍ୟାଳୟ ପରିସର ରେ ଟେଲରିଙ୍ଗ ଶିକ୍ଷା ପାଇଁ ୪ ଟି ଗ୍ରାମ ପଞ୍ଚାୟତକୁ ନେଇ ଟେଲରିଙ୍ଗ କାଉନସେଲିଂ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଳେଶ୍ଵର ଇଣ୍ଡାକଟସ୍ ସଂସ୍ଥା ପକ୍ଷରୁ ଆଇଟି ନିର୍ଦ୍ଦେଶକ ରଣଜିତ୍ ଜେନା ଉପସ୍ଥିତ ହୋଇ ବେରୋଜଗାରୀ ମାନଙ୍କୁ ଟେଲରିଙ୍ଗ ତାଲିମ ପାଇଁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୋଟ ୩ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ କୋଟସାହି, ରାୟାଁ ରାମଚନ୍ଦ୍ରପୁର ଓ ପାଇକସିଦା ଗ୍ରାମ ପଞ୍ଚାୟତର ମୋଟ ୨୧ ଜଣ ବେରୋଜଗାରୀ ଭାଗ ନେଇଥିବା ବେଳେ ୩ ପଞ୍ଚାୟତ ମଧ୍ୟରୁ କୋଟସାହି ଗ୍ରାମ ପଞ୍ଚାୟତ ରୁ ୪ଜଣ ଓ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରୁ ୨ଜଣ ମୋଟ ୬ଜଣ ଶିକ୍ଷାର୍ଥୀ ମନୋନୀତ ହୋଇଥିବା ଜଣା ପଡ଼ିଛି। ବେରୋଜଗାରୀ ମାନେ ଜଳେଶ୍ଵର ସ୍ଥିତ ଇଣ୍ଡାକଟସ୍ ର ନିବାସରେ ରହି ସରକାରଙ୍କ ଠାରୁ ମାଗଣାରେ ରହିବା, ଖାଇବା, ୟୁନିଫର୍ମ ଓ ପାଠ୍ୟ ଉପକରଣ ପାଇବା ସହିତ ସୁଇଙ୍ଗ ମେସିନ ଅପରେଟର, କମ୍ପ୍ୟୁଟର ସଫ୍ଟସ୍କିଲ ତାଲିମ ନେବା ପରେ ନିଶ୍ଚିତ କର୍ମନିଯୁକ୍ତି ପାଇ ପାରିବେ ବୋଲି ନିର୍ଦ୍ଦେଶକ କହିଥିଲେ ଏବଂ ସରକାରଙ୍କ ଏହା ଏକ ଅଭିନବ ଯୋଜନା ସହ ଅତ୍ୟାଧୁନିକ ପ୍ରଣାଳୀରେ ପାଠ୍ୟକ୍ରମ ସହିତ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ ପରେ କିସ୍ତିରେ ମୋଟ ୬ ହଜାର ଟଙ୍କା ଷ୍ଟାଇପେଣ୍ଟ ଦିଆ ଯିବାର ବ୍ୟବସ୍ଥା ଅଛି ବୋଲି କହିଥିଲେ। ଏହା ପାଇଁ ଶିକ୍ଷାର୍ଥୀ ସର୍ବନିମ୍ନ ୫ମ ଶ୍ରେଣୀ ରୁ ଉର୍ଦ୍ଧ ଓ ବୟସ ସର୍ବନିମ୍ନ ୧୮ ବର୍ଷରୁ ଅଧିକ ବେରୋଜଗାରୀ ତାଲିମ ନେଇ ନିଯୁକ୍ତି ପାଇ ପାରିବେ। ସଂସ୍ଥା ତରଫରୁ ଉନ୍ନତ ମାନର ଖାଇବା, ସ୍ଵତନ୍ତ୍ର ବିଛଣା, ସ୍ୱଚ୍ଛ ପାଣି, ସ୍ଵତନ୍ତ୍ର ଖେଳ ପଡ଼ିଆ ଓ ସ୍ୱଚ୍ଛ ପରିବେଶ ସହିତ ଉତ୍ତମ ସ୍ନାନାଗାର ର ସୁବିଧା ରହିଛି ବୋଲି ନିର୍ଦ୍ଦେଶକ କହିଥିଲେ। ଏହି କାଉନସେଲିଂ ସମୟରେ ଶିକ୍ଷାର୍ଥୀ ମାନଙ୍କ ସହିତ କୋଟସାହି ଏମ୍ବିକେ ରୀନାରାଣୀ ବେହେରା, ରାୟାଁ ରାମଚନ୍ଦ୍ରପୁର ଏମ୍ୱିକେ ସୁଜାତା ବାଣ, ପାଇକସିଦା ଏମ୍ୱିକେ କାଞ୍ଚନବାଳା ନାୟକଙ୍କ ସହ ସିଆରପି ଓ ଜିପିଏଲଏଫ୍ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post