କଳାହାଣ୍ଡି ଜିଲ୍ଲା ଗୋଁଣ୍ଡ ସମାଜ ର ଉନ୍ନତି କ୍ଷେତ୍ରରେ ବୁଦ୍ଧିଯିବୀ ସମାବେଶ


ଭବାନୀପାଟଣା ୧୩/୦୬ (ଶ୍ୟାମସୁନ୍ଦର ମାଝୀ) ଅଖିଳ ଭାରତୀୟ ଗୋଁଣ୍ଡ ସମାଜ ଟ୍ରଷ୍ଟ କଳାହାଣ୍ଡି ଆହ୍ୱାନ କ୍ରମେ ଗୋଁଣ୍ଡ ସମାଜ କଳାହାଣ୍ଡି ର ଉନ୍ନତି କଳ୍ପେ ବୁଦ୍ଧିଯିବି ମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ସ୍ଥିତ କର୍ଲାକୋଟ ଗ୍ରାମର ଗୋଁଣ୍ଡ ସମାଜ ର ଗୋଷ୍ଠୀ ଗୃହ ଠାରେ ବୈଠକ କାର୍ଯ୍ୟକ୍ରମ ହୋଇଥିଲା । ଏହି ବୈଠକରେ ଗୋଁଣ୍ଡ ସମାଜ ଜିଲ୍ଲା ସଭାପତି ଶ୍ରୀ ଲବଣି କୁମାର ନାଏକ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମହେଶ୍ୱର ମାଝୀ,ଅବସର ପ୍ରାପ୍ତ ଓ.ଏଫ.ଏସ ଅଫିସର,ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମାଝୀ ଡି.ଡବ୍ଲୁ.ଓ, ଶ୍ରୀଯୁକ୍ତ ମନୁ ମାଝୀ ଏକାଉଣ୍ଟାଟ ଅଫିସର ପାପଡାହାଣ୍ଡି, ବୈଷ୍ଣବ ମାଝୀ,କେଶରୀ ନାଏକ,କମଳ ଲୋଚନ ମାଝୀ,କୁରେଶ୍ୱର ମାଝୀ,କାଶୀନାଥ ଦଣ୍ଡସେନା, ଦୟାନିଧି ମାଝୀ,ବିଷ୍ଣୁ ପୁଝାରୀ,ଲାବାନ୍ୟ ଝାଙ୍କର,ଶ୍ରୀମତୀ ଇନ୍ଦୁମୁଖୀ ମାଝୀ ଏବଂ ମଦନ ମାଝୀ ଉପସ୍ଥିତ ରହି ଗୋଁଣ୍ଡ ସମାଜ ର ସାମାଜିକ, ଅର୍ଥନୈତିକ,ଶିକ୍ଷା ସଂସ୍କୃତି ଏବଂ ବୁଢାଦେଓ ମନ୍ଦିର ର ସମ୍ପୂର୍ଣ୍ଣ କରଣ ଓ ଆଗାମୀ ପିଢ଼ିକୁ ବିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଉପରେ ଆଲୋକ ପାତ କରିଥିଲେ । ଏହି ବୈଠକ କୁ ଶ୍ରୀ ପଦ୍ମଲୋଚନ ନାଏକ ଏବଂ ଶ୍ରୀଯୁକ୍ତ ମହେଶ୍ୱର ନାଏକ ପରିଚାଳନା କରିଥିବା ବେଳେ ସୁବାସ ମାଝୀ,ଦୀନେଶ ମଲ୍ଲୀକ,ଦେବାର୍ଚ୍ଚନ ମାଝୀ, ସଭାକାର୍ଯ୍ୟ ସୁ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ବୁଝିଥିଲେ । ସର୍ବୋପରି ଗୋଁଣ୍ଡ ସମାଜ ର ସମସ୍ତଙ୍କର ମଙ୍ଗଳ କାମନା କରି ସଭାପତି ସଭା ସାଙ୍ଗ କରିଥିଲେ ।

Post a Comment

Previous Post Next Post